ବାଣିଜ୍ୟ

ଓଡ଼ିଶାରେ କମୁଛି ମାଓ ହିଂସା

 ଭୁବନେଶ୍ୱର, ୨୪/୧୨/୨୦୨୨-   ମାଓ ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ରାଜ୍ୟ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦେଇ ସଫଳ ହେବାରେ ଲାଗିଛି । ମାଓବାଦୀଙ୍କୁ ମୁଖ୍ୟତ୍ସୋତରେ ସାମିଲ କରିବା ଦିଗରେ ରାଜ୍ୟ ସରକାରଙ୍କ ଯୋଜନା ଫଳପ୍ରଦ ହେଉଛି । ଥଇଥାନ ବ୍ୟବସ୍ଥାରେ ସମ୍ମାନସହ ବଞ୍ଚିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରି ଦେଉଥିବାରୁ ମାଓବାଦୀମାନଙ୍କ ଆତ୍ମ ସମର୍ପଣ ସଂଖ୍ୟା ବଢ଼ିବାରେ ଲାଗିଛି ।

୧୦ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ୍‍ ୪୩୧ ଜଣ ମାଓବାଦୀ ଆତ୍ମ ସମର୍ପଣ କରି ମୁଖ୍ୟତ୍ସୋତରେ ସାମିଲ ହୋଇଛନ୍ତି । ସମ୍ପୃକ୍ତ ମାଓବାଦୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକ୍ଷମ ଆତ୍ମସମର୍ପଣ ଓ ପୁନର୍ବାସ ଯୋଜନାର ଲାଭାର୍ଥୀ ହୋଇପାରିଛନ୍ତି । ୨୨୪ ଜଣ ଯୋଗ୍ୟ ବିବେଚିତ ମାଓବାଦୀଙ୍କ ଥଇଥାନ ବାବଦକୁ ସରକାର ୬କୋଟି ୭୩ ଲକ୍ଷ ୬ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିଭଳି ମାଓ ମୁକାବିଲା ନିମନ୍ତେ ନିରାପତ୍ତା ସଂକ୍ରାନ୍ତୀୟ ୫ ଶହ ୫୭ କୋଟି ୬୨ ଲକ୍ଷ ୮୬ ହଜାର ୭୪୯ ଟଙ୍କା ଖର୍ଚ୍ଚ ହୋଇଛି ।

ଆତ୍ମ ସମର୍ପଣ କରିଥିବା ସମସ୍ତ ମାଓବାଦୀମାନଙ୍କୁ ସରକାର ଆତ୍ମ ସମର୍ପଣ ବାବଦକୁ ୩୫ ହଜାର ଟଙ୍କା, ୪ ଡିସିମିଲ ଭୂମି ବାବଦକୁ ୨୫ ହଜାର ଟଙ୍କା, ଗୃହ ନିର୍ମାଣ ବାବଦକୁ ୪୫ ହଜାର ଟଙ୍କା ଓ ପାଠପଢା ବାବଦକୁ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ସେହିଭଳି  ମାଓ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ଖସି ୧୦ରେ ପହଞ୍ଚିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଓ ସୁନ୍ଦରଗଡ଼   ମାଓ ପ୍ରଭାବିତ ଜିଲ୍ଲା ଭାବେ ରାଜ୍ୟ ସରକାରଙ୍କର ଆତ୍ମ ସମର୍ପଣ ଓ ପୁନର୍ବାସ ଯୋଜନାରେ ସାମିଲ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com