Featuredଓଡ଼ିଶା

ଟ୍ରକ୍ କୁ ଧକ୍କା ଦେଲା ଆମ୍ବୁଲାନ୍ସ, ରୋଗୀ ମୃତ …୫ ଗୁରୁତର

ଭୁବନେଶ୍ୱର: ଟ୍ରକ୍ କୁ ଧକ୍କା ଦେଲା ଆମ୍ବୁଲାନ୍ସ । ଜଣେ ମୃତ ଓ ପାଞ୍ଚ ଜଣ ଆହତ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲା କେଶପୁର ଅଞ୍ଚଳର ଇରସାଦ ଖାଁ ନାମକ ଜଣେ ଯୁବକର ଡାଇଲେସିସ କରାଇବା ପାଇଁ ଭୁବନେଶ୍ୱର ଏମ୍ସ ଯାଇଥିଲେ । ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିଲେ । ହେଲେ କିଏ ଜାଣିଥିଲା ଦଇବ ଏମିତି ଦାଉ ସାଜିବ ବୋଲି । ପଶ୍ଚିମବଙ୍ଗ ଫେରୁଥିବା ବେଳେ ଜଳେଶ୍ଵର ଥାନା ୬୦ ନଂ ଜାତୀୟ ରାଜପଥ ଆମ୍ବଳୀଅଠା ନିକଟରେ ହଠାତ ଭାରସାମ୍ୟ ହରାଇଲା ଆମ୍ବୁଲାନ୍ସ । ଆଗରେ ଯାଉଥିବା ଏକ ଟ୍ରକର ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରୋଗୀ ଇରସାଦଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଜଳେଶ୍ଵର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com