ବାଣିଜ୍ୟ
ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ମିଳିବ ୫-ଜି ସେବା

ଭୁବନେଶ୍ୱର, ୨୯/୧୨/୨୦୨୨- ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହେବ । ଏହି ଘୋଷଣା କରିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ‘ଓଡ଼ିଶାକୁ ପ୍ରଥମ ପର୍ଯ୍ୟାୟରେ ୫-ଜି ମିଳିବ କହିଥିଲି । ଟେଲିକମରେ ଅବହେଳା ନେଇ ଯେଉଁ ଅଭିଯୋଗ ହେଉଥିଲା, ତାହା ଶେଷ ହେବ । ମୋଦି ସରକାର ଟେଲିକମରେ ଓଡ଼ିଶାକୁ ୫ ହଜାର ୬ ଶହ କୋଟି ଟଙ୍କା ଦେଇଛନ୍ତି ।