ଭୁବନେଶ୍ୱର: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ‘୨୦୨୧ ରେ ଭାରତରେ ସଡ଼କ ଦୁର୍ଘଟଣା’ ଉପରେ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ୪,୧୨,୪୩୨ ସଡ଼କ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ୧,୫୩,୯୭୨ ଲୋକ ପ୍ରାଣ ହରାଇଥିଲେ ଏବଂ ୩ ,୮୪,୪୪୮ ଲୋକ ଆହତ ହୋଇଥିଲେ।
କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାରେ ସଡ଼କ ଦୁର୍ଘଟଣା ତୁଳନାରେ ୨୦୨୧ ମସିହାରେ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଛି । ଏହା ବ୍ୟତୀତ, ୨୦୧୯ ବର୍ଷ ତୁଳନାରେ, ୨୦୨୧ ମସିହାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ୨୦୧୯ ତୁଳନାରେ, ୨୦୨୧ ମସିହାରେ ୮.୧% କମ୍ ସଡ଼କ ଦୁର୍ଘଟଣା ଘଟିଥିଲା ଏବଂ ୧୪.୮% କମ୍ ଲୋକ ଆହତ ହୋଇଥିଲେ ।
୨୦୨୦ ରେ COVID-19 ମହାମାରୀ ଯୋଗୁଁ ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ଲାଗୁ ହୋଇଥିବା ଦେଶବ୍ୟାପୀ କଟକଣା ଯୋଗୁଁ ଦେଶରେ ସଡକ ଦୁର୍ଘଟଣା, ଦୁର୍ଘଟଣାଜନିତ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟାରେ ହ୍ରାସ ଘଟିଛି।