ସ୍ୱାସ୍ଥ୍ୟ

୬ ଦେଶରୁ ଫେରିଲେ RT-PCR ବାଧ୍ୟତାମୂଳକ

ଭୁବନେଶ୍ୱର, ୨୯/୧୨/୨୦୨୨ –  କୋଭିଡ ମହାମାରୀ ପାଇଁ ଜାନୁଆରୀ ୧ ରୁ ୬ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସରକାର  RT-PCR ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଗୁରୁବାର ଏନେଇ ସୂଚନା ଦେଇଛନ୍ତି । ଜାନୁଆରୀ ୧ ତାରିଖରୁ ଚୀନ୍, ଜାପାନ, ହଂକଂ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଏବଂ ଦକ୍ଷିଣ କୋରିଆରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ ଟେଷ୍ଟ ବାଧ୍ୟତା ମୂଳକ କରାଯାଇଛି । ଏହି ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନରେ ଯିବା ପୂର୍ବରୁ ଏୟାର ସୁବିଧା ପୋର୍ଟାଲରେ RT-PCRର ନେଟେଟିଭ୍ ରିପୋର୍ଟ ଅପଲୋଡ୍ କରିବାକୁ ପଡିବ । ସେହିପରି ବିମାନରେ ଯିବା ପୂର୍ବରୁ RT-PCR ରିପୋର୍ଟ ଦାଖଲ କରିବା ଆବଶ୍ୟକ । ଏହି କୋଭିଡ ପରୀକ୍ଷାଟି ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆବଶ୍ୟକ ।

Related Articles

Back to top button
WP Twitter Auto Publish Powered By : XYZScripts.com