ଅନ୍ୟାନ୍ୟ

ଭିତରକନିକା ଏବଂ ଗହୀରମଥାକୁ ଜଗିବ ଡ୍ରୋନ୍‌

ଭିତରକନିକା, ୩୧/୧୨/୨୦୨୨-   ଭିତରକନିକା ଏବଂ ଗହୀରମଥାକୁ ଜଗିବ ଡ୍ରୋନ୍‌ । ବିରଳ ସାମୁଦ୍ରିକ କଇଁଛ ଅଲିଭରିଡଲେଙ୍କ ଅନ୍ତୁଡିଶାଳ । ଭିତରକନିକାର ଆର୍ଦ୍ରଭୂମି, ହେନ୍ତାଳବଣ ଏବଂ ଏଥିରେ ବସବାସ କରୁଥିବା ଜୀବଜନ୍ତୁ ମାନଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଶିକାରୀ ଏବଂ ସେମାନେ ବ୍ୟବହାର କରୁଥିବା ଟ୍ରଲର୍‌ ଉପରେ ଏହି ଡ୍ରୋନ୍ କ୍ୟାମେରାର ମଧ୍ୟ ନଜର ରହିବ ।

ପ୍ରତିବର୍ଷ ସମୂହ ଅଣ୍ତାଦାନ ପାଇଁ ସମୁଦ୍ର କୂଳଠାରୁ ୨୦ କି.ମି. ଗଭୀର ସମୁଦ୍ରର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ନିଷିଦ୍ଧାଞ୍ଚଳକୁ ଅଲିଭ ରିଡଲେ କଇଁଛ ଆସୁଛନ୍ତି । ଏମାନଙ୍କ ସୁରକ୍ଷା ପାଇଁ ରାଜନଗର ବନବିଭାଗ, ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ୍ରୋନ୍‌ କ୍ୟାମେରା ଉଡ଼ାଣ ପାଇଁ ପ୍ରାଥମିକ ପକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com