ଜାତୀୟମନୋରଞ୍ଜନ

ବକ୍ସଅଫିସ୍‌ରେ ଫ୍ଲପ୍‌ ହେଲା ରଣବୀରଙ୍କ ଫିଲ୍ମ ‘ଜୟଶଭାଇ ଜୋରଦାର’ ! ଜାଣନ୍ତୁ ଦ୍ବିତୀୟ ଦିନର କଲେକସନ୍‌ ବିଷୟରେ

ମୁମ୍ବାଇ: ବଲିଉଡ୍‌ର କୁଲ୍‌ ଅଭିନେତା ରଣଭୀର ସିଂ। ଯିଏକି ତାଙ୍କ କ୍ୟାରିୟରରେ ବଡ ବଡ ହିଟ୍‌ ଫିଲ୍ମ ଦେଇଛନ୍ତି। ଯେମିତିକି ‘ବାଜିରାଓ ମସ୍ତାନୀ’, ‘ରାମ ଲୀଲା’, ‘ପଦ୍ମାବତ’ ଏବଂ ‘ଗଲି ବଏ’ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ରରେ ଅଭିନୟ ଲୋକପ୍ରିୟ ହୋଇପାରିଛନ୍ତି। ରଣବୀରଙ୍କୁ ବଲିଉଡର ସବୁଠୁ ଦାମୀ ଅଭିନେତା ତାଲିକାରେ ସାମିଲ୍‌ କରାଯାଇଛି। ନିକଟରେ ତାଙ୍କର ଫିଲ୍ମ ‘ଜୟଶଭାଇ ଜୋର୍‌ଦାର’ ରିଲିଜ୍‌ ହୋଇଛି। ତାହା ବ୍ଲକବଷ୍ଟର ହେବା ବଦଳରେ ବକ୍ସଅଫିସ୍‌ରେ ଅସଫଳ ପ୍ରମାଣିତ ହୋଇଛି। ଗୋଟିଏ ପଟେ ସାଉଥ୍‌ର ସମସ୍ତର ଫିଲ୍ମ ପ୍ରଥମ ଦିନରେ ୫୦ କୋଟି କଲେକସନ୍‌ କରୁଥିବା ବେଳେ ବଲିଉଡ୍‌ର ଏହି ଫିଲ୍ମ ୩.୨୫ କୋଟିର ବ୍ୟବସାୟ କରିଛି।

ରଣବୀରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜୟଶଭାଇ ଜୋରଦାର’ ଦର୍ଶକଙ୍କ ହୃଦୟ ଜିତିପାରିଲା ନାହିଁ। ରଣବୀର ଫିଲ୍ମର ପ୍ରମୋସନ ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଥିଲେ। ଏହା ବିଶ୍ଵରେ ୩୫୦୦ ସ୍କ୍ରିନ୍‌ରେ ରିଲିଜ୍‌ ହୋଇଛି। ଫିଲ୍ମରେ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରଥମ ଦିନରେ ଏହା ୧୦ ପ୍ରତିଶତ କଲେକ୍‌ସନ ମଧ୍ୟ କରିପାରିଲା ନାହିଁ। ଏହା ବ୍ୟତୀତ ଦ୍ବିତୀୟ ଦିନରେ ବି କଲେକ୍‌ସନ ଫିକା ପଡିଥିଲା। ମୋଟ୍‌ ୪.୫୦ କୋଟି ରୋଜଗାର କରିଥିଲା।

ଫିଲ୍ମ ସମୀକ୍ଷକ ତଥା ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ ଫିଲ୍ମକୁ ୧.୫ ଷ୍ଟାର ଦେଇଛନ୍ତି। ଏହା ସହ ସେ କହିଛନ୍ତି କନସେଫ୍ଟ ବଢିଆ ହେଲେ କାଷ୍ଟିଙ୍ଗ ବହୁତ ଖରାପ୍‌ । କଲେକସନ୍‌କୁ ଚାହିଁଲେ ଦ୍ୱିତୀୟ, ତୃତୀୟ ଦିନରେ ଫିଲ୍ମ ପାଇଁଅତ୍ୟନ୍ତ ଖରାପ ହୋଇଛି ବୋଲି କହିଛନ୍ତି। ଖବର ଅନୁଯାୟୀ, କିଲ୍ ଦିଲ୍’ ଏବଂ ‘ଲୁଟେରା’ ଭଳି ଫିଲ୍ମ ଅପେକ୍ଷା ‘ଜୟଶଭାଇ ଜୋରଦାର’ ଆଶା ଠାରୁ ଖରାପ ପ୍ରଦର୍ଶନ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com