ଅନ୍ୟାନ୍ୟ

ଶନିବାରରୁ ରାଜ୍ୟରେ କମିବ ଶୀତ

ଭୁବନେଶ୍ୱର, ୦୭/୧୨/୨୦୨୨ –   ଶନିବାରରୁ ରାଜ୍ୟରେ ଶୀତ କମିବ । ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ମାଣ୍ଡୋସ୍ ପ୍ରଭାବରେ ପାଗରେ ଏହି ପରିବର୍ତ୍ତନ ହେବ । ବାତ୍ୟା ମାଣ୍ଡୋସ୍ ଏବେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି । ତେବେ ଓଡ଼ିଶା ଉପରେ ଏହାର କୌଣସି ସିଧାସଳଖ ପ୍ରଭାବ ପଡିବ ନାହିଁ । ତାମିଲନାଡୁ, ପୁଡୁଚେରୀ କିମ୍ବା ଦକ୍ଷିଣ ଆନ୍ଧ୍ର ଉପକୂଳରେ ଏହା ସ୍ଥଳ ଭାଗ ଛୁଇଁବ । କିନ୍ତୁ ଏଥିଯୋଗୁଁ ଓଡିଶାର ଅନେକ ସ୍ଥାନରେ ବର୍ଷା ସମ୍ଭବନା ରହିଛି ।

ଆକାଶରେ ମେଘ ଢାଙ୍କିବା କାରଣରୁ ପାଗ ଉଷ୍ମ ହେବ । ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଉଷ୍ମ -ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରଭାବ ବୃଦ୍ଧି ହେବାରେ ଲାଗିଛି । ଏଥିପାଇଁ ଧୀରେ ଧୀରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ହେବ । ଗତ ୨୪ ଘଣ୍ଟା ମଧ୍ୟରେ ୯.୫ ଡିଗ୍ରୀ ତାପମାତ୍ରା କୋରାପୁଟ ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com