Featuredଓଡ଼ିଶା

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଭୁବନେଶ୍ୱର: ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଖୁଣ୍ଟୁଣି ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ମିଳିଥିବା ସ୍କୁଟି ଠାରୁ ମାତ୍ର ୨୦୦ ମିଟର ଦୂରରେ ମୃତଦେହ ମିଳିଥିବା ପୋଲିସ କହିଛି । ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ରାଜଶ୍ରୀଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି । ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଆଠଗଡ କପୁରସିଂ ଜଙ୍ଗଲରୁ ତାଙ୍କ ଗାଡି ଓ ହେଲମେଟ ମିଳିଥିଲା । ସେଠାରୁ ମାତ୍ର ୨୦୦ ମିଟର ଦୂରରେ ତାଙ୍କର ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତାଙ୍କୁ ଦୁଇ ଆଖିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମୁହଁରେ ମଧ୍ୟ କ୍ଷତ ଚିହ୍ନ ରହିଛି । ଶରୀରରେ ମଧ୍ୟ ଏକାଧିକ କ୍ଷତ ଚିହ୍ନ ରହିଛି । କ୍ରିକେଟର ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।

ତେବେ ଗତ ୧୧ ତାରିଖରୁ ନିଖୋଜ ଥିଲେ କ୍ରିକେଟର ରାଜଶ୍ରୀ ସ୍ବାଇଁ । ସେହି ଦିନ ବଜ୍ରକବାଟୀରେ ପଡିଥିବା କ୍ୟାମ୍ପରୁ ଘରକୁ ଯାଉଥିବା କହି କେଉଁଆଡେ ନିଖୋଜ ହୋଇଯାଇଥିଲେ ରାଜଶ୍ରୀ । ଦୁଇଦିନ ହେବ ତାଙ୍କ ଫୋନ ସୁଇଚ ଅଫ୍ ରହିଥିଲା । ପରିବାର ଲୋକଙ୍କ ପାଖରେ ମଧ୍ୟ ରାଜଶ୍ରୀଙ୍କ ବିଷୟରେ କୌଣସି ସୂଚନା ନଥିଲା । ମଙ୍ଗଳବାଗ ଥାନାରେ ରାଜଶ୍ରୀଙ୍କ ନିଖୋଜ ନେଇ କୋଚ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com