ବାଣିଜ୍ୟ

ବିକ୍ରି ହେବ OPGC ର ଅଂଶଧନ

 ଭୁବନେଶ୍ୱର, ୧୭/୦୧/୨୦୨୩ –   ବିକ୍ରି ହେବ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ – OPGC ର ଅଂଶଧନ । ଏ ନେଇ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସମୁଦାୟ ଅଂଶଧନରୁ ୪୯ ପ୍ରତିଶତ ଅଂଶଧନ ବିକ୍ରି ନେଇ ରାଜ୍ୟ ସରକାର ବିଡ୍ ଆହ୍ୱାନ କରିଛନ୍ତି । ଉଭୟ ସରକାରୀ କିମ୍ବା ଘରୋଇ ଅନୁଷ୍ଠାନମାନେ ଫେବୃଆରୀ ମାସ ୨୮ ତାରିଖ ସୁଦ୍ଧା ବିଡ୍ ପାଇଁ ଆବେଦନ କରିପାରିବେ । ବିଦ୍ୟୁତ କେନ୍ଦ୍ର ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ସହିତ ଟେକ୍ନିକାଲ ଜ୍ଞାନ ଓ ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳୀ ଥିବା ସଂସ୍ଥାକୁ ଏହା ବିକ୍ରି କରିବା ନେଇ ସ୍ଥିର ହୋଇଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ବିଦ୍ୟୁତ ଉତ୍ପାଦନ ମହଙ୍ଗା ହୋଇପାରେ ବୋଲି କୁହାଯାଉଛି । ତେଣୁ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।

   ତାପଜ ବିଦ୍ୟୁତ କେନ୍ଦ୍ର ପରିଚାଳନା ଲକ୍ଷ୍ୟ ନେଇ ଗତ ୧୯୮୪ ମସିହାରେ OPGC ପ୍ରତିଷ୍ଠା ହୋଇଥିଲା । ଓପିଜିସିର ୪୯ ପ୍ରତିଶତ ଅଂଶଧନ ଦୁଇବର୍ଷ ପୂର୍ବରୁ ଏକ ଆମେରିକୀୟ କମ୍ପାନୀ SI ହାତରେ ରହିଛି ।  ୨୦୨୦ ଡିସେମ୍ବର ମାସରେ ଏଇଏସ ନିକଟରୁ ଓଏଚପିସି ଜରିଆରେ ୪୯ ପ୍ରତିଶତ ଅଂଶଧନ କ୍ରୟ କରା ଯାଇଥିଲା । ଫଳରେ ଗତ ଦୁଇ ବର୍ଷ ଧରି ଓପିଜିସିରେ ବିଶେଷ ସମସ୍ୟା ଦେଖାଦେଇ ନଥିଲା । ତେବେ  ଉକ୍ତ କମ୍ପାନୀର ପରିଚାଳନାଗତ ତ୍ରୁଟି କାରଣରୁ ରାଜ୍ୟ ସରକାର ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com