Featuredଜାତୀୟମନୋରଞ୍ଜନ

ଅପେକ୍ଷାର ଅନ୍ତ ! ଏହି ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ‘ଆଦିପୁରୁଷ’

ଭୁବନେଶ୍ୱର: ବାହୁବଳୀ ତାରକା ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରଟି ୧୬ ଜୁନ୍ ରେ ମୁକ୍ତିଲାଭ କରିବ। ନିର୍ମାତାମାନେ ଏହା ଘୋଷଣା କରିଛନ୍ତି।

ପ୍ରଭାସଙ୍କ ସହ ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ ମଧ୍ୟ ଦେଖିବାକୁ ଯାଉଛନ୍ତି। ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ପୋଷ୍ଟ ରିଲିଜ୍ ହେବା ପରଠାରୁ ବିବାଦ ଘେରକୁ ଆସିଛି। ଫିଲ୍ମର ପ୍ରଥମ ଲୁକ୍ ରିଲିଜ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ବିତର୍କ ହୋଇଥିଲା। ଏହା ପରେ ଏହି ଚଳଚ୍ଚିତ୍ର ଅନେକ ଦିନ ଧରି ଚର୍ଚ୍ଚାରେ ରହିଲା ।

ଏହି ଚଳଚ୍ଚିତ୍ରରେ ପ୍ରଭାସ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ। ଏଥି ସହ ସୈଫ ଅଲି ଖାନ ରାବଣ ଭୂମିକାରେ ଅଭିନୟ କରିଛନ୍ତି। ଉଭୟଙ୍କ ବ୍ୟତୀତ ସନ୍ନି ସିଂ ଏହି ଫିଲ୍ମରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ। ଏହି ଚଳଚ୍ଚିତ୍ରରେ କ୍ରିତି ସାନନ୍ ସୀତା ଭୂମିକାରେ ନଜର ଆସିବେ। ଦେବଦତ୍ତ ଗଜାନନ ନାଗେ ହନୁମାନଙ୍କ ଭୂମିକାରେ ନଜର ଆସିବେ।

ଓମ୍ ରାଉତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ଏହି ଚଳଚ୍ଚିତ୍ର ଏକାସାଙ୍ଗରେ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ହିନ୍ଦୀ ସହିତ କନ୍ନଡ, ମାଲାୟାଲମ୍, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଏହି ବିଷୟରେ ସୂଚନା ଦେଇ ନିର୍ମାତାମାନେ କହିଛନ୍ତି ଯେ ଜୁନ୍ ୧୬ ରେ ଏହି ଚଳଚ୍ଚିତ୍ର 3D ଏବଂ 2D ରେ ମୁକ୍ତିଲାଭ କରିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com