Featuredଅନ୍ତର୍ଜାତୀୟଜାତୀୟ

୨୦୨୩ରେ ଖଣ୍ଡ ଖଣ୍ଡ ହୋଇଯିବ ପାକିସ୍ତାନ

ଦରବୃଦ୍ଧି, ବେରୋଜଗାରୀ, ଦୁର୍ନୀତି ଯୋଗୁଁ ଅସହାୟ ପାକିସ୍ତାନର ଲୋକମାନେ ଏବେ ସରକାରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି । ଏହା ସହ ପାକ୍ ଅଧିକୃତ କାଶ୍ମୀରବାସୀ ଦୀର୍ଘଦିନ ହେବ ଭାରତ ସହ ମିଶିବାକୁ ନେଇ ଆନ୍ଦୋଳନ ଚଳାଇଛନ୍ତି । ଏସବୁ ସ୍ଥିତିକୁ ନଜରରେ ରଖି କିଛି ବିଶ୍ଳେଷକ ଆକଳନ କରିଛନ୍ତି କି ପାକିସ୍ତାନର ସ୍ଥିତି ନିକଟ ଭବିଷ୍ୟତରେ କିଛି ପରିବର୍ତ୍ତନ ନହେଲେ ପାକିସ୍ତାନ ଦୁଇଖଣ୍ଡରେ ବିଭାଜିତ ହୋଇଯିବ ।

ଆମେରିକାର ଡୋଲାବେୟର ବିଶ୍ୱବିଦ୍ୟାଳୟର ଇସଲାମିକ ଷ୍ଟଡିଜ ପ୍ରୋଗ୍ରାମର ଫାଉଣ୍ଡର ପ୍ରଫେସର ମୁକ୍ତଦାର ଖାନ କହିଛନ୍ତି କି ପାକିସ୍ତାନ ଏବେ ୬ଟି ସଂକଟ ଦେଇ ଗତି କରୁଛି । ଏହି ସଂକଟ ଦେଶକୁ ବିଭାଜିତ କରିପାରେ । ଏହାସହ ସେ କହିଛନ୍ତି କି ପାକିସ୍ତାନର ଏଭଳି ସଂକଟ ଭିତରେ ଭାରତ ପାଇଁ ସୁଯୋଗ ରହିଛି । ଭାରତ ଯୁଦ୍ଧ ଘୋଷଣା କରି ପିଓକେ ଓ ବାକି ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇପାରିବ ।

ପ୍ରଫେସର ଜଣଙ୍କ ଏକ ଭିଡିଓରେ କହିଛନ୍ତି କି ପାକିସ୍ତାନରେ ଲାଗି ରହିଥିବା ମୁ୍ଖ୍ୟତ ୬ଟି ସଂକଟ ପାକିସ୍ତାନକୁ ବିଭାଜିତ କରିପାରେ । ତାଙ୍କ କହିବା ମୁତାବକ ଏହି ୬ଟି ସଂକଟ ହେଉଛି ରାଜନୈତିକ ସଂକଟ, ଆର୍ଥିକ ସଂକଟ, ସୁରକ୍ଷା ସଂକଟ, ସିଷ୍ଟମ ସଂକଟ, ପରିଚୟ ସଂକଟ ଓ ପର୍ଯ୍ୟଟନ ସଂକଟ । ଏହି କାରଣରୁ ପାକିସ୍ତାନ ଭାଗ ଭାଗ ହୋଇଯିବ ଓ ଦେଶର ସମସ୍ତ ସରକାରୀ ସଂସ୍ଥା ସ୍ଥାଣୁ ହୋଇଯିବ । ଏଭଳି ହେଲେ ଲକ୍ଷ ଲକ୍ଷ ଶରଣାର୍ଥୀ ବାହାରିବେ ଓ ସାରା ବିଶ୍ୱରେ ନିଜର ଶରଣ ଖୋଜିବେ । ହେଲେ ଏହାର ସର୍ବାଧିକ ପ୍ରଭାବ ଭାରତ ଉପରେ ପଡିବ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com