ତିରୁଅନନ୍ତପୁରମ: କେରଳର ଏର୍ନାକୁଲମ ଜିଲ୍ଲାର କକ୍କନାଡ଼ରେ ଏକ ସ୍କୁଲ୍ର ୧୯ ଜଣ ଛାତ୍ର ନୋରଭାଇରସରେ ସଂକ୍ରମିତ ହୋଇଛନ୍ତି । କିଛି ଅଭିଭାବକ ମଧ୍ୟ ନୋରଭାଇରସରେ ସଂକ୍ରମିତ ଥିବା ଜଣାପଡ଼ିଛି ।
ଏନେଇ ଏର୍ନାକୁଲମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଅନଲାଇନ କ୍ଲାସ ଆରମ୍ଭ ହୋଇଛି। ଜିଲ୍ଲାର ଜଣେ ବରିଷ୍ଠ ମେଡିକାଲ ଅଧିକାରୀଙ୍କ ଅନୁଯାୟୀ ମୋଟ୍ ୬୧ ଛାତ୍ର ଏବଂ କିଛି ଅଭିଭାବକଙ୍କ ଠାରେ ନୋରଭାଇରସ୍ର ଲକ୍ଷଣ ଦେଖାଦେବାପରେ ଟେଷ୍ଟ୍ କରାଯାଇଥିଲା।