Featuredଜାତୀୟମନୋରଞ୍ଜନ

ରିଲିଜ ହେଲା ଫିଲ୍ମ ପଠାନ

ମୁମ୍ବାଇ: ବହୁ ପ୍ରତିକ୍ଷାର ପରେ ଆଜି ଦେଶର ବିଭିନ୍ନ ପ୍ରେକ୍ଷାଳୟରେ ଫିଲ୍ମ ‘ପଠାନ୍’ ମୁକ୍ତି ଲାଭ କିରିଛି । ତେବେ ଦୀପିକା ଏବଂ ଶାହରୁଖଙ୍କ ଯୋଡି ବକ୍ସ ଅଫିସରେ ଧମାଲ କରିବ ବୋଲି ଦର୍ଶକଙ୍କ ବିଶ୍ୱାସ ରହିଛି । ତେବେ ଏହି ଚଳଚିତ୍ରର ପୋଷ୍ଟର ରିଲିଜ ପରଠାରୁ ହିଁ ବିବାଦ ଲାଗି ରହିଥିବା ବେଳେ ଏହା ଆଜି ଦେଶର ମୋଟ ୫୨୦୦ ସିନେମା ଘରେ ମୁକ୍ତି ଲାଭ କରୁଛି ।

ଅନ୍ୟପକ୍ଷେ ଦୀର୍ଘ ୪ ବର୍ଷ ପରେ ଶାହାରୁଖ ବଲିଉଡକୁ ଫିଲ୍ମ ଫଠାନ ଜରିଆରେ କମ୍ ବ୍ୟାକ୍ କରୁଛନ୍ତି । ସେହିଭଳି ଏହି ଫିଲ୍ମରେ ସେ ଆକ୍ସନ ଲୁକରେ ନଜର ଆସିଛନ୍ତି । ଯାହାକୁ ଦେଖିବା ପାଇଁ ପ୍ରଶଂସକମାନେ ଦୀର୍ଘ ଦିନ ହେବ ଉକ୍ରଣ୍ଠା ସହ ଅପେକ୍ଷା କରିଥିଲେ ।

ତେବେ ପଠାନ୍ ଫିଲ୍ମର ପ୍ରଥମ ଦିନରେ ହିଁ ଏହା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଦେଶର ବିଭିନ୍ନ ସ୍ଥାନରେ ଏହାକୁ ଆଜି ବି ବିରୋଧ କରାଯାଉଥିବା ବେଳେ ଏହା ପ୍ରଥମ ଦିନରେ ୫.୫୬ ଲକ୍ଷ ଟଙ୍କାର ଟିକେଟ୍ ବିକ୍ରୀ କରିଛି । ଯାହାକି ଫିଲ୍ମ କେଜିଏଫ-୨ର ରେକର୍ଡ ଭାଙ୍ଗିଛି ।

‘ପଠାନ’ର ସ୍କ୍ରିନ କାଉଣ୍ଟ ବିଷୟରେ କହିବାକୁ ଗଲେ ତରଣ ଆଦର୍ଶଙ୍କ ଅନୁଯାୟୀ ଏହି ଫିଲ୍ମ ଭାରତର ୫୨୦୦ ସିନେମାଘରେ ପ୍ରଦର୍ଶିତ ହେବ। ଏଥିରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ସ୍କ୍ରିନ୍ ସାମିଲ ଅଛି । ସେହିପରି ବିଦେଶରେ ଏହି ଚଳଚ୍ଚିତ୍ରଟି ୨୫୦୦ ସିନେମାଘରେ ମୁକ୍ତିଲାଭ କରିଛି । ଏହି ଅନୁଯାୟୀ, ଫିଲ୍ମ ଫଠାନ ଆଜି ମୋଟ ୭୭୦୦ ସିନେମା ଘରେ ମୁକ୍ତି ଲାଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com