Featuredଓଡ଼ିଶା

ଦୋକାନରେ ଫାଟିଗଲା ଗ୍ୟାସ ସିଲିଣ୍ଡର, ୪ ଅଗ୍ନିଶମ କର୍ମଚାରୀ ଗୁରୁତର

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଜିଲ୍ଲା ଚାଉଁରପୁର ବଜାର ନିକଟରେ ଅଘଟଣ। ଗୋଟିଏ ଚା ଦୋକାନରେ ସକାଳୁ ନିଆଁ ଲାଗିଥିବା ଖବର ପାଇ ସମ୍ବଲପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଠିକ ଏତିକି ବେଳେ ଗ୍ୟାସ ସିଲିଣ୍ଡରଟି ହଠାତ ଫାଟି ଯାଇଥିଲା। ବିସ୍ଫୋରଣରେ ୪ ଜଣ ଅଗ୍ନିଶମ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଅବସ୍ଥା ଗୁରୁତର ହେବାରୁ ଦୁଇ ଜଣ ଅଗ୍ନିଶମ କର୍ମଚାରୀଙ୍କୁ କଟକ ପଠାଯାଇଥିବା ବେଳେ ଜଣେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com