ଅନ୍ତର୍ଜାତୀୟ

ଯୁଦ୍ଧ ଆଶଂକା ଭିତରେ ତାଇୱାନରେ ପହଞ୍ଚିଲେ ଆମେରିକାର କିଛି ସାଂସଦ

ଆମେରିକା ସଂସଦର ଏକ ପ୍ରତିନିଧିମଣ୍ଡଳ ରବିବାର ଦିନ ଦୁଇଦିନିଆ ଗସ୍ତରେ ଯାଇ ତାଇୱାନରେ ପହଂଚିଛନ୍ତି । ସ୍ୱାଧୀନ ଦ୍ୱୀପ ତାଇୱାନ ଓ ଚୀନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ତାଇୱାନ ଯାତ୍ରା କରିଥିବା ଆମେରିକାର ଏହା ଦ୍ୱିତୀୟ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ । ଆଜି ଏହି ପ୍ରତିନିଧି ମଣ୍ଡଳ ତାଇୱାନର ରାଷ୍ଟ୍ରପତି ସାଇ ହଂଗ –ବେନଙ୍କୁ ଭେଟିଛନ୍ତି । ଆମେରିକା ହାଉସର ସ୍ପିକର ନେନ୍ସି ପେଲୋସୀଙ୍କ ପରେ ତାଇୱାନ ଗସ୍ତ କରିଥିବା ଆମେରିକାର ଏହି ଉଚ୍ଚ ସ୍ତରୀୟ କମିଟି ତାଇୱାନ ରାଷ୍ଟ୍ରପତିଙ୍କ ସହ ଏକ ବନ୍ଦ କୋଠରୀ ବୈଠକରେ ସାମିଲ ହୋଇଛନ୍ତି ।

ଆମେରିକାର ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତ ପରେ ବେଜିଂର ଅଭୁତପୂର୍ବ ସାମରିକ ଚାପକୁ ନେଇ ତାଇୱାନର ରାଷ୍ଟ୍ରପତି ସାଇ ହଂଗ ବେନ ସୋମବାର ଦିନ ଆମେରିକା କଂଗ୍ରେସର ଏକ ପ୍ରତିନିଧି ଦଳକୁ କହିଛନ୍ତି ଯେ, ସୁରକ୍ଷା ଓ ଯୋଗାଣ ଶୃଙ୍ଖଳା ଭଳି ପ୍ରସଙ୍ଗରେ ୱାସିଂଟନ ସହ କାର୍ଯ୍ୟ କରିବେ । ଆମେରିକାର ଏହି ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଛନ୍ତି ସିନେଟର ଏଡ୍ ମାର୍କ ଓ ତାଙ୍କ ସହ ୪ ଜଣ ସାଂସଦ ଅଛନ୍ତି । ସେପଟେ ଏହି ଗସ୍ତ ଉପରେ ପ୍ରତିକ୍ରିୟା ରଖି ୱାସିଂଟନରେ ଥିବା ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି କି, ଆମେରିକା ସରକାର ଏକ- ଚୀନ ନୀତି ମୁତାବକ ଆମେରିକା କଂଗ୍ରେସର ସଦସ୍ୟମାନେ କାର୍ଯ୍ୟ କରିବା ଉଚିତ । ଚୀନ ଦୂତାବାସ କହିଛି କି ଆମେରିକା ସଂସଦୀୟ କମିଟି ତାଇୱାନ ଗସ୍ତ କରି ସ୍ପଷ୍ଟ କରିଛି କି ତାଇୱାନର ସ୍ଥିରତା ଦେଖିବାକୁ ଚାହୁଁନାହିଁ ଆମେରିକା ।

Related Articles

Back to top button
WP Twitter Auto Publish Powered By : XYZScripts.com