ଜାତୀୟ

ଚାଷ କରିବାକୁ ଯାଇଥିଲେ, ଆକ୍ରମଣ କରି ଘାଇଲା କଲା ଭାଲୁ

କରଞ୍ଜିଆ:  ଚାଷ କରିବାକୁ ଯାଇଥିଲେ  । ଆକ୍ରମଣ କଲା ଭାଲୁ । ଲହୁଲୁହାଣ ବି ହେଲେ ଯୁବକ । ଏପରି ଅଭାବନୀୟ ଘଟଣା ଘଟିଛି  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଜାମନଣ୍ଡା  ଗାଁରେ ।

ଲୂଚନାନୁସାରେ, ଜଳଧର ପ୍ରଧାନ ନାମକ ଜଣେ ବ୍ୟକ୍ତି ଚାଷ କାମ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା । ଏଥିରେ ସେ ଗୁରୁତର ହୋଇଥିଲେ । ଗୁରୁତ୍ୱର ଅବସ୍ଥାରେ ତାଙ୍କୁ ପ୍ରଥମେ ସାତକୋଶିଆ ଓ ପରେ ଠାକୁରମୁଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ବି ଏଠାରେ ଜଣଙ୍କୁ ଭାଲୁ ଆକ୍ରମଣ କରିଥିଲା । ୧୪ ଘଣ୍ଟା ମଧ୍ୟରେ ସାତକୋଶିଆ ରେଞ୍ଜ ଅଞ୍ଚଳରେ ପୃଥକ ପୃଥକ ଗାଁରେ ଦୁଇ ଜଣକୁ ଭାଲୁ ଆକ୍ରମଣ କରିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com