
ଗୁଳିମାଡ ପରେ ଦେହାନ୍ତ । ଆଉ ନାହାଁନ୍ତି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଆପୋଲୋ ହସ୍ପିଟାଲରେ ଆଖି ବୁଜିଲେ Iସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଜଣେ ଏଏସ୍ଆଇ ରବିବାର ଗୁଳିମାଡ଼ କରିଛନ୍ତି।
ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଝାରସୁଗୁଡ଼ା ଡିଏଚ୍ଏଚ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା। ବିମାନବନ୍ଦରରେ ପହଞ୍ଚିବା ପରେ ଗ୍ରୀନ୍ କରିଡର ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଅଣାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲରେ ଉପସ୍ଥିତ ରହି ତଦାରଖ କରୁଛନ୍ତି। ଏହି ସମୟରେ ନବଙ୍କ ପୁଅ ମଧ୍ୟ ଆପୋଲୋ ଆସିଛନ୍ତି। ବାପାଙ୍କ ଉପରକୁ ଗୁଳିମାଡ଼ ନେଇ ସେ ଖୁବ୍ ଭାଙ୍ଗି ପଡ଼ିଛନ୍ତି।