![](https://i0.wp.com/odia.mobilenews24x7.com/wp-content/uploads/2023/02/20-Image-1-380x214-1.jpg?resize=380%2C214&ssl=1)
ନୂଆଦିଲ୍ଲୀ: ହିଣ୍ଡେନବର୍ଗ ଇଫେକ୍ଟ । ୧୦ ଦିନରେ ୧୧୮ ବିଲିଅନ ଡଲାରର କ୍ଷତି ସହିଲାଣି ଆଦାନୀ ଗ୍ରୁପ । ବିଶ୍ବର ଅନ୍ୟତମ ପ୍ରମୁଖ ଶିଳ୍ପପତି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ ଭୁଶୁଡ଼ାଇ ଦେଇଛି ଆମେରିକାର ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଫାର୍ମ । ଗ୍ଲୋବାଲ ମାର୍କେଟରେ ୨୧୭ ବିଲିଅନ ଡଲାର ବିଜନେସ କରୁଥିବା ଆଦାନୀ ଗ୍ରୁପର ନେଟଓ୍ୱର୍ଥ ୯୯ ବିଲିଅନ ଡଲାରରେ ପହଞ୍ଚିଛି । ଆଦାନୀ ଗ୍ରୁପ ନାଁରେ ମନି ଲଣ୍ଡରିଂ, ଟିକସ ଫାଙ୍କି, ଷ୍ଟକ ମାନିପୁଲେସନ, ଜାଣିଶୁଣି ଋଣ ବଢ଼ାଇବା ଭଳି ଅତି ସଙ୍ଗୀନ ତଥ୍ୟ ଦେଇଥିଲା ହିଣ୍ଡେନବର୍ଗ ।