ଅନ୍ତର୍ଜାତୀୟଜାତୀୟ
କରାଚୀ ବିଶ୍ବବିଦ୍ୟାଳୟରେ ବିସ୍ଫୋରଣ ଘଟାଇଥିବା ଅପରାଧୀଙ୍କୁ ଶାସ୍ତି ଦେବାକୁ ପାକିସ୍ତାନ ନିକଟରେ ଦାବି କଲା ଚୀନ୍

ନୂଆଦିଲ୍ଲୀ() ୩ଜଣ ଚୀନ୍ ନାଗରିକ ନିହତ ହୋଇଥିବା କରାଚୀ ଆକ୍ରମଣକୁ ଆଜି ତୀବ୍ର ନିନ୍ଦା କରିବା ସହ ଅପରାଧୀମାନଙ୍କୁ ଶାସ୍ତି ଦେବା ପାଇଁ ପାକିସ୍ତାନ ନିକଟରେ ଚୀନ ଦାବି କରିଛି।
ଏ ସଂକ୍ରାନ୍ତ ବିବୃତିରେ ଚୀନ୍ର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଅତ୍ୟନ୍ତ ଗମ୍ଭୀର ଚିନ୍ତା ପ୍ରକଟ କରିବା ଲାଗି ସହକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ୟୁ ଜିଆଙ୍ଗ୍ହାଓ ଚୀନ୍ରେ ଥିବା ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ନିକଟକୁ ଜରୁରୀ ଫୋନ୍ କଲ୍ କରିଥିଲେ।
ପାକିସ୍ତାନ ତୁରନ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅପରାଧୀମାନଙ୍କୁ ଗିରଫ କରିବା ସହ ଆଇନ ଅନୁସାରେ ଶାସ୍ତି ଦେବା ଉଚିତ ବୋଲି ସେ ଦାବି କରିଛନ୍ତି। ଏହାଛଡ଼ା, ପାକିସ୍ତାନରେ ଥିବା ଚୀନା ନାଗରିକମାନଙ୍କ ସୁରକ୍ଷା ଏବଂ ଆଗକୁ ଏ ଭଳି ଘଟଣା ନ ଘଟିବା ପାଇଁ ନିମନ୍ତେ ସୁନିଶ୍ଚିତ ହେବା ନିମନ୍ତେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।
