ଜୀବନଶୈଳୀ
୧୫ ବର୍ଷରୁ ଉର୍ଦ୍ଧ୍ୱ ଗାଡ଼ି ୩୧ ମାର୍ଚ୍ଚ ପରେ ଚାଲି ପାରିବନାହିଁ
ଭୁବନେଶ୍ୱର, ୦୭/୦୨/୨୦୨୩ – ୧୫ ବର୍ଷରୁ ଉର୍ଦ୍ଧ୍ୱ ଗାଡ଼ି ଗୁଡ଼ିକ ୩୧ ମାର୍ଚ୍ଚ ପରେ ରାସ୍ତାରେ ଚାଲି ପାରିବ ନାହିଁ । ସେହି ଗାଡ଼ି ଗୁଡ଼ିକୁ RVSF ଅଧୀନରେ ରଦ୍ଦ କରାଯିବ । ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ଉଷା ପାଢୀ ଏହି ବାଦରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟ ସଚିବ, କମିଶନର ସଚିବ ମାନଙ୍କୁ ଚିଠି ଲେଖିଛନ୍ତି ।
ଏହାପରେ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି ସେ ଏହି ଗାଡ଼ି ମାନଙ୍କର ସମସ୍ତ ରେଜିଷ୍ଟ୍ରେସନକୁ ବାତିଲ୍ କରିବ । ରାଜ୍ୟପାଇଁ ଥିବା ନୋଡ଼ାଲ ଅଧିକାରୀ ଜଏଣ୍ଟ କମିଶନର ଟ୍ରାନ୍ସପୋର୍ଟ ଏହି କାର୍ଯ୍ୟକୁ ଅଧିକ ସୁଗମ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ସରକାରୀ ବିଭାଗ, ସ୍ୱଂୟଶାସିତ ପରିଷଦ, ରାଜ୍ୟ ପବ୍ଲିକ ସେକ୍ଟର ଅଣ୍ଡର ଟେକିଙ୍ଗ, ସଂଗଠନ ଏବଂ ULB ଇତ୍ୟାଦି ଅଧିନରେ ଥିବା ସମସ୍ତ ଯାନ ଗୁଡ଼ିକ ୩୧ ମାର୍ଚ୍ଚ ପରେ ଚାଲି ପାରିବ ନାହିଁ ।