ଅନ୍ୟାନ୍ୟ

ପ୍ରତିଶୋଧ ପରାୟଣ ହେଲେ ୟୁକ୍ରେନ୍‌ ନାବିକ, ଋଷ ମାଲିକର ଜାହାଜ ଡୁବେଇବାକୁ ଉଦ୍ୟମ

ନୂଆଦିଲ୍ଲୀ : ଯୁଦ୍ଧ ଚାଲିଛି। ଦୂରତା ବଢୁଛି। ଋଷ ବିରୋଧି ସ୍ବର ଯେତିକି ଶାଣିତ ୟୁକ୍ରେନିୟଙ୍କ ପ୍ରତିକ୍ରିୟା ସେତିକି। ଋଷୀୟଙ୍କୁ ଶତ୍ରୁ ମନେ କଲେଣି ୟୁକ୍ରେନୀୟ। ୟୁକ୍ରେନ୍‌ର ଜଣେ ନାବିକ ପାଦେ ଆଗରେ। ଋଷ ମାଲିକର ଜାହାଜ ଡୁବେଇବାକୁ କରିଛନ୍ତି ଉଦ୍ୟମ ।ୟୁକ୍ରେନ୍‌ ନାଗରିକ ନାବିକ ଜଣଙ୍କ ହେଲେ ୫୫ ବର୍ଷୀୟ ତାରସ ଆସ୍ତୋପଚୁକ। ଅନ୍ୟ ୟୁକ୍ରେନବାସୀଙ୍କ ପରି ତରାସ ମଧ୍ୟ ଋଷ ଉପରେ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ସେଥିପାଇଁ ସେ କାମ କରୁଥିବା ଜାହାଜର ଇଞ୍ଜିନ ଘରୁ ବୋଲ୍ବ ଖୋଲିବାକୁ କରିଛନ୍ତି ଚେଷ୍ଟା। ଜାହାଜଟି ସ୍ପେନ୍‌ର ମଲ୍ଲୋର୍କାରେ ରଖାଯାଇଥିବା ବେଳେ ଘଟିଛି ଅନ୍ତର୍ଘାତି।
ତରାସଙ୍କୁ ଗିରଫ କରିଛି ସ୍ପେନ୍‌ ସିଭିଲ୍‌ ଗାର୍ଡ। ରବିବାର ଦିନ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଦୁଃଖିତ ନୁହଁନ୍ତି ତରାସ। କୋର୍ଟରେ ସଫା ସଫା କହିଦେଇଛନ୍ତି ମୁଁ ଅବଶୋଷ ଅନୁଭବ କରୁନାହିଁ। ଯଦି ସୁଯୋଗ ମିଳେ ତେବେ ବାରମ୍ବାର ଏଭଳି କାର୍ଯ୍ୟ କରିବି ବୋଲି କୋର୍ଟରେ କହିଛନ୍ତି ୟୁକ୍ରେନ୍‌ ନାବିକ।
ସେ ଆହୁରି କହିଛନ୍ତି, ତାଙ୍କ ମାଲିକ ଜଣେ ଅପରାଧୀ। ସେ ୟୁକ୍ରେନ୍‌ ଲୋକଙ୍କୁ ମାରିବା ପାଇଁ ଯୁଦ୍ଧାସ୍ତ୍ର ବିକ୍ରି କରୁଛନ୍ତି। କିଭ୍‌ର ଏକ ବିଲ୍ଡିଂ ଉପରେ ହେଲିକପ୍ଟର ଆକ୍ରମଣରେ ଯେଉଁ ଯୁଦ୍ଧାସ୍ତ୍ର ବ୍ୟବହାର ହୋଇଥିଲା ସେସବୁ ତାଙ୍କ ମାଲିକଙ୍କ କମ୍ପାନୀ ତିଆରି କରିଛି।
ତରାସ କାମ କରୁଥିବା ଜାହାଜ ନାଁ ଲେଡି ଆନାସ୍ତାସିଆ। ଏହା ୧୫୬ ଫୁଟ୍‌। ଜାହାଜର ମୂଲ୍ୟ ୭.୭ ମିଲିୟନ ଡଲାର।  ଏହା ରୋସୋବୋରୋନକ୍ସପୋର୍ଟର ସିଇଓ ଆଲେକ୍ସଜାଣ୍ଡାର୍ ମିଜିବଙ୍କର। ତାଙ୍କ କମ୍ପାନୀ ଅସ୍ତ୍ରଶସ୍ତ୍ର, ଜାହାଜ, ଟ୍ୟାଙ୍କ ଏବଂ ଯୁଦ୍ଧ ପାଇଁ ଆବଶ୍ୟକ ହେଉଥିବା ଅସ୍ତ୍ର ଶସ୍ତ୍ର ତିଆରି କରୁଛି।
ତରାସ ଏହି ଜାହାଜରେ ଦୀର୍ଘ ୧୦ ବର୍ଷ ହେବା କାମ କରୁଛନ୍ତି। ଟିଭିରେ ଋଷ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଖବର ଦେଖିବା ପରେ ସେ ହଠାତ୍ ଋଷ ଉପରେ ହୋଇଥିଲେ କ୍ଷୁବ୍ଧ। ମାଲିକଙ୍କ ଉପରେ ରାଗ ଶୁଝାଇବା ପାଇଁ ସେ କରିଥିଲେ ଯୋଜନା। ଧରାପଡିବା ପରେ ନାହିଁ ଅନୁଶୋଚନା। ସାବାସ୍‌ ତାରସ, ସାବାସ୍‌ ଦେଶପ୍ରେମୀ।

Related Articles

Back to top button
WP Twitter Auto Publish Powered By : XYZScripts.com