ଓଡ଼ିଶା

ପାର୍କିଂ ସୁବିଧା ନଥିଲେ ଉଠା ଦୋକାନ ମନା

 ଭୁବନେଶ୍ୱର, ୦୮/୧୦/୨୦୨୨-  ଖାଦ୍ୟ ପରିବେଷଣ ସୁବିଧା ନଥିଲେ ଏଣିକି ରାସ୍ତାକଡର ଉଠା ଖାଦ୍ୟ ଦୋକାନୀମାନେ ଷ୍ଟଲ ପକାଇ ପାରିବେ ନାହିଁ । ଏଭଳି କଡା ଆଦେଶନାମା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଉଠା ଦୋକାନୀ ମନଇଚ୍ଛା ସବୁ ସ୍ଥାନରେ ଖାଦ୍ୟ ବିକ୍ରି କରିପାରିବେନି । ଯଦି ଖାଦ୍ୟ ଦିଆଯାଉଥିବା ସ୍ଥାନରେ ଗାଡି ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ ତେବେ ସେଠାରେ ଦୋକାନ ପକାଯାଇ ପାରିବ ନାହିଁ ।

ଏଭଳି ସ୍ଥଳେ ସମ୍ପୃକ୍ତ ଦୋକାନୀଙ୍କୁ ଅନ୍‌ଲାଇନ୍ ଡେଲିଭରି କିମ୍ବା ଟେକ୍ ହୋମ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେବଳ ପାର୍କିଂ ଅଥବା ପର୍ଯ୍ୟାପ୍ତ ସ୍ଥାନ ନୁହେଁ ବିଏମସି ସହରରେ ସ୍ୱଚ୍ଛତା ଏବଂ ଗହଳି ନେଇ ପଦକ୍ଷେପ ନେଇଛି । ବିଶେଷକରି ଖାଦ୍ୟ ପରଷୁଥିବା ବ୍ୟକ୍ତି ପରିଷ୍କାର ପୋଷାକ, ମାସ୍କ ସହ ହାତରେ ଗ୍ଲୋଭ୍‌ସ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଖାଦ୍ୟ ଦେଉଥିବା ସ୍ଥାନରେ ଡଷ୍ଟବିନ୍ ରଖିବା ସହ ୫ ମିଟର ଦୂରତା ପର୍ଯ୍ୟନ୍ତ ପରିଷ୍ଲାର ରଖିବାକୁ ବିଜ୍ଞପ୍ତିରେ କୁହାଯାଇଛି ।

ବିଏମସି ଅଧୀନ ନୋ ଭେଣ୍ଡିଂ ଜୋନ୍‌ରେ ଉଠା ଦୋକାନକୁ ସମ୍ପୂର୍ଣ୍ଣ ମନା କରାଯାଇଛି । ଯେଉଁ ରାସ୍ତାକଡ଼ ଦୋକାନୀମାନେ ଆଦେଶନାମା ନ ମାନିବେ, ସେମାନଙ୍କଠୁ ଭାରି ଜରିମାନା ଆଦାୟ କରାଯିବ। ଏହାସହ ଆଉଟଲେଟ୍ ବନ୍ଦ ହେବ ଏବଂ ଟ୍ରେଡ୍ ଲାଇସେନ୍ସ ବାତିଲ କରାଯିବ ବୋଲି ଈଗଉ ଚିଠିରେ ତାଗିଦ୍ କରିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com