ଓଡ଼ିଶା

ସୀମାନ୍ତରେ ପୁଣି ମାଓ ହିଂସା, ପୋଡିଦେଲେ ୭ଟି ଟ୍ରାକ୍ଟର

ମାଲକାନଗିରି() ମାଲକାନଗିରି ସୀମାନ୍ତରେ ପୁଣି ମାଓ ହିଂସା । ସୋମବାର ସକାଳ ସମୟରେ ପୋଲିସ କ୍ୟାମ୍ପ ଉପରେ ହମ୍‌ଲା ହୋଇଥିବା ବେଳେ ଏବେ ଆଉ ଏକ ହିଂସାର ଖବର ଆସିଛି । ବିଜାପୁର ଜିଲ୍ଲା ବାରସୁର ଗାଁ ନିକଟରେ ୭ଟି ଟ୍ରାକ୍ଟର ନିଆଁ ଲଗାଇ ପୋଡିଦେଇଛନ୍ତି ଲାଲ୍‌ ବାହିନୀ

ଖବର ଅନୁଯାୟୀ,   ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବିଜାପୁର ଜିଲ୍ଲା ବାରସୁର ଗାଁ  ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିରୋଧ କରୁଥିଲେ ମାଓବାଦୀ । ରବିବାର ରାତିରେ ଠିକା କମ୍ପାନୀର କ୍ୟାମ୍ପ ପହଞ୍ଚି ଏହି ସବୁ ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ । ଏହାପରେ ଘଟଣାସ୍ଥଳରୁ ମାଓବାଦୀମାନେ ଫେରାର ହୋଇଛନ୍ତି ।

ସେପଟେ ଘଟଣାସଂପର୍କରେ ସୂଚନା ପାଇ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ଏହି ହିଂସାରେ ପ୍ରାୟ ୭ଟି ଟ୍ରାକ୍ଟର ଜଳିପୋଡି ପାଉଁଶ ହୋଇଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com