ଜୀବନଶୈଳୀ

୨୦୨୬ରେ ଦେଶରେ ଚାଲିବ ବୁଲେଟ ଟ୍ରେନ

ଅହମ୍ମଦାବାଦ, ୦୭ /୧୦/୨୦୨୨ –   ୨୦୨୬ରେ ଦେଶରେ ଚାଲିବ ପ୍ରଥମ ବୁଲେଟ ଟ୍ରେନ । ଏବେ ଏହି ପ୍ରକଳ୍ପକୁ ନେଇ କାମ ଜାରି ରହିଛି । ସେହିଭଳି ୧୯୯ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବାକୁ ନୀଳନକ୍ସା ପ୍ରସ୍ତୁତ ସରିଛି । ଏହିକ୍ରମରେ ଅହମ୍ମଦାବାଦ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯାଇଛି । ବର୍ତ୍ତମାନ ଚାଲୁଥିବା ବନ୍ଦେ ଭାରତ ଟ୍ରେନକୁ ନୂଆ ଭାବେ ଡିଜାଇନ କରାଯାଇଛି । ଯେଉଁଥିପାଇଁ ଗୁରୁବାର ଏହି ଟ୍ରେନ ବଟୱା ଓ ମଣିନଗର ମଧ୍ୟରେ ଏକ ମଇଁଷି ସହ ଧକ୍କା ହେବାର କେଇ ଘଣ୍ଟା ମଧ୍ୟରେ ହିଁ ଏହାର ମରାମତି କରାଯାଇ ପୁଣିଥରେ ଚାଲୁ କରାଯାଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅହମ୍ମଦାବାଦ ଗସ୍ତରେ ଯାଇ ଏହି ଘୋଷଣା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com