Featuredଅନ୍ତର୍ଜାତୀୟ

ପାକିସ୍ତାନକୁ ୭୦କୋଟି ଡଲାର ଋଣ ଦେବ ଚୀନ

ଇସଲାମାବାଦ: ପାକିସ୍ତାନକୁ ୭୦୦ ମିଲିୟନ୍ ଡଲାରର ଋଣ ମଞ୍ଜୁର କରିଛି ଚୀନ। ଏହି ରାଶି ଏହି ସପ୍ତାହରେ ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କକୁ ହସ୍ତାନ୍ତର କରାଯିବ। ବୁଧବାର ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ୍ ଦାର୍ ଏହି ସୂଚନା ଦେଇଛନ୍ତି । ଚୀନ୍ ଡେଭଲପମେଣ୍ଟ ବ୍ୟାଙ୍କର ପରିଚାଳନା ପରିଷଦ ପାକିସ୍ତାନର ସଂସଦରେ ଜାତୀୟ ବିଧାନସଭାରେ ସହମତି ଭିତ୍ତିରେ ମନି ବିଲ୍ ପାସ୍ ହେବାର ଗୋଟିଏ ଦିନ ପରେ ଏହି ଘୋଷଣା କରିଛି।

ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଉପରେ ଚୀନର ସର୍ବାଧିକ ଋଣ ରହିଛି। ପାକିସ୍ତାନ ଉପରେ ବର୍ତ୍ତମାନର ଋଣର ୩୦ ପ୍ରତିଶତ କେବଳ ଚୀନର ଅଟେ। ଏଭଳି ପରିସ୍ଥିତିରେ ଚୀନ୍‌ର ନୂତନ ଋଣ ଯୋଗୁଁ ଅଳ୍ପ ସମୟ ପାଇଁ ପାକିସ୍ତାନର ସମସ୍ୟା ଦୂର ହୋଇପାରିବ। ତେବେ କିଛି ଦିନ ପରେ ପୁଣିଥରେ ପାକିସ୍ତାନ ସାମ୍ନାରେ ଦେବାଳିଆ ସଙ୍କଟ ଦେଖାଦେଇପାରେ।

Related Articles

Back to top button
WP Twitter Auto Publish Powered By : XYZScripts.com