Featuredଅନ୍ତର୍ଜାତୀୟ

ପାକିସ୍ତାନକୁ ଘାରିଲା ଔଷଧ ଚିନ୍ତା

ଆର୍ଥିକ ସଂକଟ ସହ ଲଢୁଥିବା ପାକିସ୍ତାନର ଜନତା ଏବେ ଔଷଧ ପାଇଁ ସଂଘର୍ଷ କରିବା ଆରମ୍ଭ କରିଛନ୍ତି । ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ମୁତାବକ ଅପରେଶନ ଥିଏଟର, କ୍ୟାନସର ଓ କିଡନୀ ସହିତ ଜଡିତ ସମ୍ବେଦନଶୀଳ ସର୍ଜରୀ ପାଇଁ ଆବଶ୍ୟକ ହେଉଥିବା ଔଷଧ ଆଉମାତ୍ର ୨ ସପ୍ତାହ ମଧ୍ୟରେ ଶେଷ ହେବାକୁ ଯାଉଛି ।

ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର କମୁଥିବା କାରଣରୁ ଆବଶ୍ୟକ ଔଷଧ ଓ ଔଷଧ ନିର୍ମାଣ ସାମଗ୍ରୀ କିଣିବାରେ ଅସମର୍ଥ ହେଉଛି । ଏହି କାରଣରୁ ସ୍ଥାନୀୟ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଔଷଧ ପ୍ରସ୍ତୁତ କରିବା କମ୍ କରିଦେଇଛନ୍ତି । ସେପଟେ ଔଷଧ ଅଭାବ କାରଣରୁ ଡାକ୍ତରଖାନାରେ ଧିରେ ଧିରେ ଅପରେଶନ କରିବା ବନ୍ଦ କରାଗଲାଣି । ଏବେ ହସ୍ପିଟାଲରେ ଗୁରୁତର ରୋଗୀମାନେ ଔଷଧ ଅଭାବରୁ ଆଖିବୁଜିବାକୁ ଯାଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com