Featuredଜାତୀୟରାଜନୀତି

ରାବ୍ରି ଦେବୀଙ୍କ ବାସଭବନରେ ସିବିଆଇ ଟିମ୍

ବିହାରର ପୂର୍ବତନ ସିଏମ୍ ରାବ୍ରି ଦେବୀଙ୍କ ବାସଭବନରେ ପହଞ୍ଚିଛି ସିବିଆଇ ଟିମ୍ । ସିବିଆଇ ଟିମ୍ ରାଜଧାନୀ ପାଟନାରେ ଥିବା ବାସଭବନରେ ଚଢାଉ କରିଛି । ଜମି ବଦଳରେ ଚାକିରି ଦେବା ପ୍ରସଙ୍ଗରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପକ୍ଷରୁ ଏହି ଚଢାଉ କରାଯାଇଛି ।

ସୂଚନାନୁସାରେ, ଜମି ଦେଇ ଚାକିରି ଦେବା ପ୍ରସଙ୍ଗରେ ସିବିଆଇ ଟିମ୍ ଚଢାଉ କରିଛି। ସିବିଆଇ ଅଧିକାରୀମାନେ ଦୁଇ-ତିନି ଗାଡିରେ ଆସିଥିଲେ। କୁହାଯାଉଛି ଯେ ସିବିଆଇ ଟିମ୍ ପହଞ୍ଚିବା ପୂର୍ବରୁ ରାଜ୍ୟର ଡେପୁଟି ସିଏମ୍ ତେଜସ୍ୱୀ ଯାଦବ ତାଙ୍କ ବାସଭବନରୁ ବାହାରିଥିଲେ ।

ସିବିଆଇ ଟିମ୍ ସହିତ ସୁରକ୍ଷାକର୍ମୀ ମଧ୍ୟ ଏହି ଚଢଉରେ ନିୟୋଜିତ ଅଛନ୍ତି। ଆରଜେଡିର ଏମଏଲସି ସୁନୀଲ ସିଂ ମଧ୍ୟ ସେଠାରେ ପହଞ୍ଚିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com