ଓଡ଼ିଶା

ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ: ଜାଣନ୍ତୁ ପ୍ରସ୍ତୁତିକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସବୁ ଶିକ୍ଷାନୁଷ୍ଠାନ ଓ ସ୍କୁଲ-କଲେଜ ପୂର୍ବଭଳି ଅଫଲାଥନ୍ କ୍ଲାସ ଓ ପରୀକ୍ଷା ହେଉଛି । ଏହାରି ମଧ୍ୟରେ ଦ୍ୱାଦଶ ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀକୁ ନେଇ ଆସିଛି ବଡ଼ ଖବର । ଦ୍ୱାଦଶ ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ସୀମର ରଞ୍ଜାନ ଦାଶ । କହିଛନ୍ତି । ପରୀକ୍ଷା ସୂଚୀରେ ପରିବର୍ତ୍ତନ ନେଇ ସିଏଚଏସଇକୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ନିର୍ଦ୍ଧାରିତ ପରୀକ୍ଷାସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଏହା ସହ ଦ୍ୱାଦଶ ବୋର୍ଡ ପରୀକ୍ଷା ପ୍ରସ୍ତୁତି ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ‘୧୫୮୬ କଲେଜର ପିଲା ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ । ୧୧୪୮ଟି ପରୀକ୍ଷା କେନ୍ଦ୍ରରେ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ ।’ତେବେ ବିଜ୍ଞାନ ପିଲାଙ୍କ ପରୀକ୍ଷାରେ କମ୍ ଦିନର ବ୍ୟବଧାନ ଥିଲା, ଯାହାକୁ ନେଇ ପିଲାଙ୍କ ମଧ୍ୟରେ ଅସନ୍ତୋଷ ଦେଖିଦେଇଥିଲା । ତେଣୁ ପରୀକ୍ଷା କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ସିଏଚଏସଇକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୀମର ରଞ୍ଜନ ଦାଶ ।

Related Articles

Back to top button
WP Twitter Auto Publish Powered By : XYZScripts.com