ଓଡ଼ିଶା

ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଜେଡି ଉପରେ ରାଜ୍ୟବାସୀ ମାରିଛନ୍ତି ‘ବିଶ୍ୱାସ’ର ମୋହର। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ଅଜାଡ଼ି ଦେଇଛନ୍ତି ପ୍ରଚୁର ଆଶୀର୍ବାଦ। ବିଜେଡି ପ୍ରତି ଏହି ଶ୍ରଦ୍ଧା ଦଳକୁ ଦେଇଛି ପ୍ରଚଣ୍ଡ ବିଜୟ। ନିର୍ବାଚନରେ ଅତୀତର ସବୁ ରେକର୍ଡ଼ ଭାଙ୍ଗିଛି। ଗତ ୨୦୧୭ ଫଳାଫଳଠାରୁ ପାଖାପାଖି ୩୦୦ ଓ ୨୦୧୨ ଫଳାଫଳଠାରୁ ପାଖାପାଖି ୧୫୦ରୁ ଅଧିକ ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟ ହୋଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି।
ଏଯାବତ୍‌ ୮୫୧ ଜିଲ୍ଲା ପରିଷଦ ଜୋନରୁ ୮୪୫ ଆସନର ଫଳାଫଳ ଆସିସାରିଛି। ସେଥି ମଧ୍ୟରୁ ୭୫୯ଟିରେ ବିଜେଡି ବିଜୟୀ ହୋଇଛି। ବିଜେପି ୪୨, କଂଗ୍ରେସ ୩୭ଟି ଜୋନରେ ବିଜୟୀ ହୋଇଛନ୍ତି। ସ୍ୱାଧୀନ ୩ ଓ ଅନ୍ୟାନ୍ୟ ଦଳ ସପକ୍ଷରେ ୪ ଜୋନ୍ ଯାଇଛି । ସବୁ ଜିଲ୍ଲାରେ ପରିଷଦ ଗଠନ କରିବ ବିଜେଡି । ୨୦୧୨ ନିର୍ବାଚନରେ ବିଜେଡି ୬୫୧ ଜିଲ୍ଲା ପରିଷଦ ଆସନରେ କବଜା କରି ଥିଲା । ଏଥର ସେହି ରେକର୍ଡକୁ ଭାଙ୍ଗି ଦେଇଛି। ସମସ୍ତ ୩୦ ଜିଲ୍ଲା ପରିଷଦରେ ବିଜେଡି ପରିଷଦ ଲାଗି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com