Featuredଅନ୍ତର୍ଜାତୀୟ

ନା ଭାଙ୍ଗିବାର ଅସୁବିଧା ନା ଗରମ ହେବାର ଟେନ୍‌ସନ୍ । ୨ ମିନିଟ୍‌ରେ ପ୍ରସ୍ତୁତ ହେବ ସୁପର୍ ଚିଲ୍ଡ ବିୟର୍

ଆପଣ ବିୟର ପିଇବାକୁ ପସନ୍ଦ କରନ୍ତି କି ? ବିୟର ନେବା ଆଣିବାରେ ଆପଣକୁ ଅସୁବିଧା ହେଉଛି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଗୁଡ଼୍ ନ୍ୟୁଜ୍ । ଏବେ ମ୍ୟାଗି ପରି ଫଟାଫଟ୍ ୨ ମିନିଟ୍‌ରେ ପ୍ରସ୍ତୁତ ହୋଇଯିବ ବିୟର୍ । ଆଉ ରହିବନି ଗରମ ହେବାର ଟେନସନ୍ । କାରଣ ଜର୍ମାନ କମ୍ପାନୀ ଆପଣଙ୍କ ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ନେଇ ଆସିଛି ବିୟର ପାଉଡ଼ର । କେବଳ ଥଣ୍ଡା ପାଣିରେ ମିକ୍ସ କରନ୍ତୁ ୨ ଚାମଚ ବିୟର ପାଉଡ଼ର ଆଉ ନିଅନ୍ତୁ ଚିଲ୍ଡା ବିୟରର ମଜା । ଏହା ପରିବେଶ ପାଇଁ ମଧ୍ୟ କ୍ଷତିକାରକ ନୁହେଁ । କାରଣ ଏହାର ପ୍ରସ୍ତୁତ ସମୟରେ ଅଧିକ କାର୍ବନ ନିର୍ଗତ ହୁଏ ନାହିଁ ।
ଆଉ ଏଭଳି ବିୟର ପାଉଡ଼ରର ଉଦ୍ଭାବକ ହେଉଛି ଜର୍ମାନୀ । ବିୟର ଆଜି ପର‌୍ୟ୍ୟନ୍ତ ପାଉଡର ଆକାରରେ ତିଆରି ହୋଇନାହିଁ । ଏହି ବିୟର ପାଉଡର ତିଆରି କରିଥିବା ନୋଏତ୍ସେଲେ ବ୍ରୁଅରି କହିଛନ୍ତି ଯେ ବିୟର ପାଉଡର ଏହି ବର୍ଷ ଶେଷ ସୁଦ୍ଧା ଅନ୍ୟ ଦେଶକୁ ରପ୍ତାନୀ କରାଯିବ । ବର୍ତ୍ତମାନ ପର‌୍ୟ୍ୟନ୍ତ ଏହା କେବଳ ଜର୍ମାନୀରେ ଉପଲବ୍ଧ । ଯଦି ଆପଣ ଭାରତରେ ରୁହନ୍ତି, ତେବେ ଆପଣଙ୍କୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ, କାରଣ ଭାରତରେ ପ୍ରବେଶ କରିବା ପାଇଁ ଏହା ଅନେକ ଆଇନଗତ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ।

Related Articles

Back to top button
WP Twitter Auto Publish Powered By : XYZScripts.com