Featuredଅନ୍ତର୍ଜାତୀୟ

ଚିଲୀରେ ଭୂମିକମ୍ପ , ଆଫଗାନିସ୍ଥାନରେ ଥରିଲା ଭୂଇଁ

ଚିଲୀ : ଗୁରୁବାର ବିଳମ୍ବ ରାତ୍ରୀରେ ଦକ୍ଷିଣ ଆମେରିକା ଚିଲୀରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହା ରିକ୍ଟର ସ୍କେଲରେ ୬.୨ ତୀବ୍ରତାର ରେକର୍ଡ କରାଯାଇଛି । ଏହାପରେ ଆଫଗାନିସ୍ଥାନରେ ମଧ୍ୟ ଭୁମିକମ୍ପ ଅନୁଭୂତ ହୋଇଥିବା କଥା ଜଣା ପଡିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ, ରିକ୍ଟର ସ୍କେଲରେ ସେଠାରେ ତୀବ୍ରତା ୬.୨ ମପା ଯାଇଛି । ଏହାର କେନ୍ଦ୍ର ଚିଲୀର ରାଜଧାନୀ ସେଣ୍ଟିୟୋଗ ରୁ ଦକ୍ଷିଣ-ପଶ୍ଚିମରେ ୩୨୮ କିମି ଦୂର ବୋଲି କୁହାଯାଉଛି । ଭୁମି ଭିତରେ ଏହାର କେନ୍ଦ୍ର ୧୩ କିମି ଥିଲା ।

ଚିଲୀ ବ୍ୟତୀତ ଅଫଗାନିସ୍ତାନରେ ଭୁମିକମ୍ପ ଅନୁଭୁତ ହୋଇଛି । କାବୁଲ ପାଖରେ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ମପାଯାଇଛି । ଏହାର କେନ୍ଦ୍ର କାବୁଲର ଉତ୍ତର-ପୂର୍ବରେ ୧୮୯ କିମି ଦୂରରେ ହୋଇଥିଲା ଏବଂ ଏହାର ଗଭୀରତା ୧୫୨ କିମିରେ ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com