Featuredଅନ୍ତର୍ଜାତୀୟଓଡ଼ିଶା

ବନ୍ଦେ ଉତ୍କଳ ଜନନୀ ଗାଇଲେ ତାଞ୍ଜାନିଆ ଭାଇଭଉଣୀ । ଟ୍ୱିଟ୍ କରି ପ୍ରଶଂସା କଲେ ଭାରତୀୟ ରାଷ୍ଟ୍ରଦୂତ ବିନୟ ଶ୍ରୀକାନ୍ତ ପ୍ରଧାନ ।

ଓଡ଼ିଆ ଗୀତ ପ୍ରେମରେ ବିଦେଶୀ ଯୁବପୀଢି । ଉତ୍କଳ ଦିବସରେ ଓଡ଼ିଆଙ୍କ ମନ ଜିଣଲେ ତାଞ୍ଜାନିଆର ସୋସିଆଲ ମିଡ଼ିଆ ଷ୍ଟାର କିଲି ପଲ୍ ଏବଂ ନିମା ପଲ୍ । ଏବେ ଏହି ଭାଇଭଉଣୀ ଯୋଡ଼ି ବନ୍ଦେ ଉତ୍କଳ ଜନନୀ ଗାଇ ପୁଣି ଥରେ ଚର୍ଚ୍ଚାରେ । ଓଡ଼ିଶାର ରାଜ୍ୟ ସଙ୍ଗୀତକୁ ବିଶ୍ୱ ବିଦିତ କରାଇଥିବାରୁ ତାଞ୍ଜାନିଆର ଭାରତୀୟ ରାଷ୍ଟ୍ର୍ରଦୂତ ବିନୟ ଶ୍ରୀକାନ୍ତ ପ୍ରଧାନ ଉଭୟ ଭାଇ ଭଉଣୀଙ୍କୁ ପ୍ରସଂଶା କରିଛନ୍ତି । ୩୦ ସେକେଣ୍ଡର ଏହି ରିଲ୍ସକୁ ମିଲିୟନ ମିଲିୟନ ଭ୍ୟୁ ମିଳିଥିବା ବେଳେ ଓଡ଼ିଶାରୁ ଅଧିକ ଲାଇକ୍ ଏବଂ କମେଣ୍ଟ ମିଳିଛି । ତେବେ ଏହା ପୂର୍ବରୁ ଉଭୟ ମଧ୍ୟ ଏକ ଓଡ଼ିଆ ଗୀତ ଭଲପାଉଛି ତତେ ମୁଁ ଶହେରୁ ଶହେରେ ରିଲ୍ସ କରିଥିଲେ । ଯାହା ମଧ୍ୟ ଲକ୍ଷ ଲକ୍ଷ ଦର୍ଶକଙ୍କ ପ୍ରସଂଶା ସାଉଣ୍ଟିଥିଲା । କେବଳ ଯେ ଓଡ଼ିଆ ଗୀତ ସେକଥା ନୁହେଁ ଏହି ଚଚ୍ଚ୍‌ିର୍ତ ଯୋଡ଼ି ପୂର୍ବରୁ ମଧ୍ୟ ବଲିଓଡ଼ର ଅନେକ ଗୀତରେ ରିଲ୍ସ କରି କୋଟି କୋଟି ଭାରତୀୟଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ତିଆରି କରିସାରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com