ଅନ୍ୟାନ୍ୟ

କ୍ରିକେଟ ଖେଳରୁ ବିଭତ୍ସ୍ୟ ହତ୍ୟାକାଣ୍ଡ : ୪ ଗିରଫ

କଟକ, ୦୩/୦୪/୨୦୨୩ –   ଝିମିଟି ଖେଳରୁ ମହାଭାରତ । ଚୌଦ୍ୱାର ଥାନା ଅନ୍ତର୍ଗତ ମହିଁଷାଲଣ୍ଡା ପଞ୍ଚାୟତରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରକ୍ତାକ୍ତ ସଙ୍ଘର୍ଷ । କ୍ରିକେଟ ପାଇଁ ଅବେଳାରେ ଚାଲିଗଲା ଯୁବକଙ୍କ ଜୀବନ । ଘଟଣା ଅନୁସାରେ ରବିବାର ଶଙ୍କରପୁର ଓ ଡାଳିଯୋଡା ବ୍ରହ୍ମପୁର ମଧ୍ୟରେ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଉଥିଲା ।

ଶଙ୍କରପୁର ଟିମ ପ୍ରଥମେ ବ୍ୟାଟିଂ କରିଥିଲା । ଏହାପରେ ଡାଳିଯୋଡା ବ୍ରହ୍ମପୁର ଟିମ ରନ ଚେଜ କରିବା ପାଇଁ ପଡିଆକୁ ଓହ୍ଲାଇଥିବା ବେଳେ ପ୍ରଥମ ବଲରେ ଜଣେ ଖେଳାଳୀ ଆଉଟ ହୋଇଯାଇଥିଲେ । ଅମ୍ପାୟରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ କିଛି ଖେଳାଳୀ ଓ ସମର୍ଥକ । ଏହି ସମୟରେ ଜଣେ ଯୁବକ ପଡିଆ ମଧ୍ୟକୁ ପ୍ରବେଶ କରି ଗାଳି ଗୁଲଜ କରିବା ସହ ଅନ୍ୟଜଣେ ଯୁବକ ଅମ୍ପାୟରଙ୍କୁ ଆକ୍ରମଣ କରିଥିଲେ । ମ୍ୟାଚ କମିଟିର ସଦସ୍ୟ ଲକି ରାଉତ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

ଏତିକି ବେଳେ ସୃତି ରାଉତ ନାମକ ଜଣେ ଯୁବକ ପହଞ୍ଚି ସାଙ୍ଗରେ ଆଣିଥିବା ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ଲକିଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଲକିଙ୍କ ସ୍ୱାସ୍ଥବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାଙ୍କୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ଲକିଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ଗାଁରେ ଦେଖା ଦେଇଥିଲା ପ୍ରବଳ ଉତ୍ତେଜନା । ତେବେ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି ଚୌଦ୍ୱାର ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com