IPLରେ ରେକର୍ଡ଼ କଲେ ରିଙ୍କୁ
![Rinku Singh](https://i0.wp.com/odia.mobilenews24x7.com/wp-content/uploads/2023/04/Rinku-Singh-e1681130367126.jpg?resize=616%2C420&ssl=1)
ଅହମ୍ମଦାବାଦ, ୧୦/ ୦୪/ ୨୦୨୩ – ଚଳିତ IPLର ୧୩ତମ ମ୍ୟାଚରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ରିଙ୍କୁ ସିଂ । ରବିବାର ସୁପର ସଣ୍ଡେରେ କୋଲକାତା ଏବଂ ଗୁଜୁରାଟ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚର ଶେଷ ଓଭରରେ ୩୦ ରନ କରି ନିଜ ବ୍ୟାଟରେ ମ୍ୟାଜିକ ଦେଖାଇଥିଲେ ରିଙ୍କୁ । ଏଥିସହିତ ଏକ ଅବିଶ୍ୱସନୀୟ ମ୍ୟାଚ ଭେଟି ଦେଇଥିଲେ ନିଜ ଦଳ କୋଲକାତାକୁ ।
ଶେଷ ଓଭରରେ ବୋଲିଂ କରିବାକୁ ଆସିଥିବା ଗୁଜୁରାଟର ବୋଲର ୟସ ଦୟାଲଙ୍କୁ ଲଗାତାର ୫ଟି ଛକା ମାରିଥିଲେ ରିଙ୍କୁ । ଦ୍ୱିତୀୟ ବଲଠାରୁ ଆରମ୍ଭ କରି ଲଗାତାର ୫ଟି ଛକା ମାରିଥିଲେ । ଶେଷ ଓଭରରେ ୨୯ ରନ ଆବଶ୍ୟକ ହେଉଥିଲାବେଳେ ପ୍ରଥମ ବଲ ଖେଳି ସାଥୀ ଖେଳାଳି ଉମେଶ ଯାଦବ ସିଙ୍ଗଲ ଦେଇଥିଲେ । ଏହାପରେ ଆକ୍ରମକ ରୂପରେ ନଜର ଆସିଥିଲେ ।
ଦୟାଲଙ୍କ ୨ୟ, ୩ ୟ ଏବଂ ଚତୁର୍ଥ ବଲକୁ ୱାଇଡ ଲଙ୍ଗଅଫ୍ , ଡିପ ବ୍ୟାକ୍ ୱାର୍ଡ ସ୍କୋୟାର ଲେଗ୍ ଏବଂ ଲଙ୍ଗ ଅଫ୍ ଉପରେ ଛକା ମାରିଥିଲେ । ସେହିପରି ଶେଷ ୨ ବଲକୁ ଲଙ୍ଗ ଅନ ଉପରେ ଛକା ମାରି କୋଲକାତା ଅସମ୍ଭବ ମନେ ହେଉଥିବା ମ୍ୟାଚକୁ ନିଜ ଆଡକୁ ଟାଣି ଆଣିଥିଲେ । ଏହି ଦମଦାର ଇନିଂସ ପାଇଁ ରିଙ୍କୁ ସିଂ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷିତ ହୋଇଥିଲେ ।