ଓଡ଼ିଶା

ଗ୍ରୀଷ୍ମପ୍ରବାହ ପାଇଁ ରାଜ୍ୟର ୭ଟି ଜିଲ୍ଲାରେ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର() ଗ୍ରୀଷ୍ମପ୍ରବାହ ପାଇଁ ସତର୍କ ସୂଚନା ଜାରି ହୋଇଛି। ଆଜି ୭ ଟି ଜିଲ୍ଲାରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଏବଂ ନୟାଗଡ଼। ଏଣେ ଆସନ୍ତାକାଲି ୫ ଟି ଜିଲ୍ଲା ପାଇଁ ବି ୟେଲୋ ଓ୍ବାର୍ଣ୍ଣି ଜାରି ହୋଇଛି। ଅନୁଗୁଳ, ସୋନପୁର, ବୌଦ୍ଧ ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଜଣାଯାଇଛି। ଏସବୁ ଜିଲ୍ଲାରେ ଆଜି ବି ତାପମାତ୍ରା ୪୦ ଡିଗ୍ରି ଉପରେ ହେବାର ସମ୍ଭାବନା ରହିଛି। ସାମୁଦ୍ରିକ ବାୟୁ ପ୍ରବେଶ କରିବାରୁ ଉପକୂଳରେ ତାପମାତ୍ରା ତାପମାତ୍ରା ହ୍ରାସ ହେଉଛି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ୩ଟି ସ୍ଥାନରେ ୪୦ ଡିଗ୍ରି ଉପରେ ରହିଥିଲା ତାପମାତ୍ରା। ବଲାଙ୍ଗୀରରେ ୪୦.୫, ଟିଟିଲାଗଡ଼ରେ ୪୦.୨ ଓ ଅନୁଗୁଳରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ବଲାଙ୍ଗୀରରେ ସ୍ବାଭାବିକ ତାପମାତ୍ରାଠାରୁ ୫.୧ ଡିଗ୍ରି ଅଧିକ ତାପମାତ୍ରା ଥିଲା। ଆଭ୍ୟନ୍ତରୀଣ ଓଡ଼ିଶାରେ ୪.୫ ଡିଗ୍ରିରୁ ଅଧିକ ତାପମାତ୍ରା ରହୁଥିବା ଜଣାଯାଇଛି। ଆଜି ଓ କାଲି ଦୁଇ ଦିନ ଯାଏ ତାପମାତ୍ରା ଏଭଳି ରହିବ। ଦୁଇ ଦିନ ପରେ ସମୁଦ୍ର ମଧ୍ୟରୁ ଶୀତଳ ଏବଂ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଧୀରେ ଧୀରେ ଓଡ଼ିଶା ଭିତରକୁ ପ୍ରବେଶ କରିବ ଏବଂ ଏହାର ପ୍ରଭାବରେ ତାପମାତ୍ରା କମିବ।

Related Articles

Back to top button
WP Twitter Auto Publish Powered By : XYZScripts.com