Featuredଓଡ଼ିଶା

ଅମ୍ଳାନ କାର୍ଯ୍ୟକ୍ରମ ଜରିଆରେ ଆନେମିଆ ମୁକ୍ତ ହେବ ଓଡ଼ିଶା

ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକ ଏସିଡ ଟାବଲେଟ୍ । ୧୯ ଏପ୍ରିଲରୁ ୧୬ଜୁନ ଯାଏ ଘରକୁ ଘର ଯାଇ ଟ୍ୟାବଲେଟ ବଣ୍ଟାଯିବ । ଶିକ୍ଷକମାନଙ୍କୁ ଟାବଲେଟ ବାଣ୍ଟିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଅମ୍ଳାନ କାର୍ଯ୍ୟକ୍ରମ ଜରିଆରେ ଆନେମିଆ ମୁକ୍ତ ଓଡ଼ିଶା ଲକ୍ଷ୍ୟ ରଖାଯାଇଛି ।

ଛାତ୍ରଛାତ୍ରୀଙ୍କ ପିଛା ୮ଟି IFA ଟାବଲେଟ ଦିଆଯିବ। ପିଙ୍କ ଟାବଲେଟ ପ୍ରଥମରୁ ପଞ୍ଚମ ଓ ବ୍ଲୁ ଟ୍ୟାବଲେଟ ଷଷ୍ଠରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଏକ୍ସପାଏରି ଡେଟ ଯାଞ୍ଚ ପରେ ଅଭିଭାବକଙ୍କୁ ହସ୍ତାନ୍ତର ହେବ ଟ୍ୟାବଲେଟ । ଏକ୍ସପାରି ଟ୍ୟାବଲେଟକୁ ନବାଣ୍ଟି ସ୍ୱାସ୍ଥ୍ୟ ବିଭାଗକୁ ଫେରସ୍ତ କରାଯିବ । ଅଭିଭାବକଙ୍କୁ ଟ୍ୟାବଲେଟ ହସ୍ତାନ୍ତର ପୂର୍ବରୁ ଏହାର ମୋଡାଲିଟି ସଂପର୍କରେ ଅବଗତ କରାଯିବ । ପ୍ରତି ଛାତ୍ରଛାତ୍ରୀ ସୋମବାର ଗୋଟିଏ IFA ଟ୍ୟାବଲେଟ ଲଞ୍ଚ ବା ଡିନର ଖାଇବା ପରେ ଖାଇବେ । ଚାପରେ ଗୋଟିଏ ଗ୍ଲାସ ପାଣି ପିଇବେ । ଏସବୁ ଅଭିଭାବକଙ୍କ ଉପସ୍ଥିତିରେ କରାଯିବ । ଆବଶ୍ୟକସ୍ଥଳେ ସ୍କୁଲ SMC ଏହାର ତଦାରଖ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com