ଅନ୍ୟାନ୍ୟ

ହାତୀ ଆକ୍ରମଣରେ ୨ ମୃତ

   ପରଜଙ୍ଗ, ଢେଙ୍କାନାଳ,  ୨୧/୦୧/୨୦୨୩ –    ପରଜଙ୍ଗରେ ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଉଛନ୍ତି ଡିହଡୋଳ ଫରେଷ୍ଟ ସେକ୍ସନ ଖାଲପାଳ ଗାଁର ବୃଦ୍ଧ ଅଲେଖ ନାୟକ ପରଜଙ୍ଗ ଗଣ୍ଡତଇଳା ଗାଁର ବୃଦ୍ଧା ବାରି ନାୟକ । ବୃଦ୍ଧ ଅଲେଖ ନାୟକ ଶୌଚ ହେବାକୁ ଯାଇ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ଘର ପାଖ ପଡ଼ିଆରେ ଦନ୍ତା ହାତୀ ତାଙ୍କୁ କଚାଡି ମାରିଥିବା ଜଣାପଡ଼ିଛି ।

ସେହିପରି ପରଜଙ୍ଗ ଗଣ୍ଡତଇଳା ଗାଁର ବାରି ନାୟକଙ୍କୁ ଘର ପାଖ ବାଡ଼ିରେ କଚାଡି ମାରିଛି ଦନ୍ତା । ଘନ କୁହୁଡ଼ି ଯୋଗୁଁ ବାରି, ହାତୀଟିକୁ ଦେଖି ପାରିନଥିଲେ । ହାତୀଟି ଶୁଣ୍ଢରେ ତାଙ୍କୁ କଚାଡି ମାରିଥିଲା । ହାତୀ ଆକ୍ରମଣକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ହାତୀ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com