
ଦିନକୁ ଦିନ ମରିଯାଉଛି ମାନବିକତା । ନାରୀ କେବଳ ଜନ୍ମ ପୂର୍ବରୁ କିମ୍ବା ପରେ ଦୁଷ୍କର୍ମ କିମ୍ବା ହିଂସାରେ ପିଡ଼ିତ ହେଉଛି ତା ନୁହେଁ । ଯୌନତୃଷ୍ଣା ମେଣ୍ଟାଇବା ପାଇଁ ପଶୁଠାରୁ ବି ହୀନ ବ୍ୟବହାର ପ୍ରଦର୍ଶନ କରୁଛି ମଣିଷ । ନିଜର ଯୌନଇଚ୍ଛାକୁ ମେଣ୍ଟାଇବା ପାଇଁ ମୃତ ଶରୀର ସହ ଦୁଷ୍କର୍ମ କରିବାକୁ ବି ପଛାଉ ନାହାନ୍ତି । ସମାଧି ଦିଆଯାଇଥିବା ଶବ ସହ ଦୁଷ୍କର୍ମ ହେଉଥିବାର ବହୁ ଉଦାହାରଣ ମଧ୍ୟ ନିକଟରେ ଦେଖିବାକୁ ମିଳିଛି । ତେଣୁ ଏହି କ୍ରମରେ ଦେଖିବାକୁ ଗଲେ ମୃତ୍ୟୁ ପରେ ବି ସୁରକ୍ଷିତ ନୁହେଁ ନାରୀ । ଏଥି ପାଇଁ ଜଣେ ଅଭିଭାବକ ତାଙ୍କ ଝିଅର ମୃତ୍ୟୁ ପରେ ତାଙ୍କ ଶବକୁ ଲକ୍ କରି କବର ଦେଇଥିଲେ । ଏହାର ଭିଡ଼ିଓ ଶୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଥିଲା । ଏହି ଘଟଣା ପାକିସ୍ତାନର ବୋଲି କୁହାଯାଉଥିଲା । କିନ୍ତୁ ବାସ୍ତବରେ ଏହା ଭାରତର ହାଇଦ୍ରାବାଦର ଦାରବଜଙ୍ଗର ଅଟେ । ବଳାତ୍କାରରୁ ସୁରକ୍ଷିତ ରଖିବା ପାଇଁ ପିତାମାତାମାନେ ସେମାନଙ୍କ ଝିଅର ମୃତ୍ୟୁ ପରେ କବରକୁ ପ୍ୟାଡଲକ୍ ସହିତ ସୁରକ୍ଷିତ ରଖିଛନ୍ତି ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର୍ ଧରିଥିଲା । । କିନ୍ତୁ ଅନ୍ୟପଟେ ଆଉ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ କବରସ୍ଥାନ ଥିବା ମସଜିଦ୍-ଇ-ସଲାର୍ ମଲ୍କରେ ଥିବା ମୁଜିନ୍ ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କ କୁନି ଝିଅର ଶବ ଉପରେ ଆଉ କେହି ସମାଧି ନ ଦିଅନ୍ତୁ ସେଥିବପାଇଁ ସେ ତାଙ୍କ କବରକୁ ଲୁହା ଗ୍ରୀଲ ଲଗାଇ ଲକ୍ କରି କବର ଦେଇଛନ୍ତି । କବରସ୍ଥାନ ଥିବା ମସଜିଦ୍-ଇ-ସଲାର୍ ମଲ୍କରେ ଥିବା ମୁଜିନ୍ କହିଛନ୍ତି ଯେ ସେମାନେ କିଛି ଲୋକଙ୍କୁ ପୁରୁଣା କବରରେ କବର ଦେଉଥିବାର ଲକ୍ଷ୍ୟ କରିଛନ୍ତି। ଏହିପରି କାର୍ଯ୍ୟକୁ ରୋକିବା ପାଇଁ ମୃତକଙ୍କ ସମ୍ପର୍କୀୟମାନେ ଲୁହା ଗ୍ରିଲ୍ ଲଗାଇ ତାଲା ପକାଇ ଦେଉଛନ୍ତି। ସେ କହିଛନ୍ତି ଯେ, କବର ଉପରେ ମଧ୍ୟ ଗ୍ରିଲ ଲଗାଯାଇଥିଲା କାରଣ ଏହା ପ୍ରବେଶ ଦ୍ୱାରର ଅତି ନିକଟତର ଏବଂ ମୃତକଙ୍କ ପରିବାର ସଦସ୍ୟ ନିଶ୍ଚିତ କରିବାକୁ ଚାହୁଁଥିଲେ ଯେ ପରିଦର୍ଶକମାନେ ଏହା ଉପରେ ପାଦ ନ ଦିଅନ୍ତୁ ।