ଅନ୍ୟାନ୍ୟ

କିଭ୍ ଅକ୍ତିଆର କରିନେବ ଋଷ ! ସାଟେଲାଇଟ୍ ଚିତ୍ରରେ ମିଳିଲା ଭୟଙ୍କର ତଥ୍ୟ

ନୂଆଦିଲ୍ଲୀ :   ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ୟୁକ୍ରେନରେ ଚତୁର୍ଥ ଦିନ ବି ଭୀଷଣ ଯୁଦ୍ଧ ଚାଲିଛି । ରୁଷ ସେନା ରକେଟ୍ ଏବଂ ମିଶାଇଲ ମାଡ କରୁଛନ୍ତି । ରାଜଧାନୀ କିଭ୍ ଆଖପାଖରେ ଭୟାବହ ଯୁଦ୍ଧ ଚାଲିଛି । କିଭ୍ ଅକ୍ତିଆର କରିବାକୁ ପ୍ରସ୍ତୁତ ଅଛି ପୁଟିନଙ୍କ ସେନା । ସାଟେଲାଇଟ୍ ଚିତ୍ରରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ସେପଟେ ରୁଷ ସେନା ଖାର୍କିଭ୍ ଦଖଲ କରିଥିବା ସୂଚନା ମିଳିଛି । ସାଟେଲାଇଟ୍ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି । ତେବେ ୟୁକ୍ରେନ୍ ସେନା ମଧ୍ୟ କଡା ଜବାବ ଦେଉଛି । ଗରିଲା ଯୁଦ୍ଧ ପାଇଁ ମଧ୍ୟ ତୟାର ହେଉଛି । ୟୁକ୍ରେନର ସାଧାରଣ ନାଗରିକ ମଧ୍ୟ ବନ୍ଧୁକ ଉଠାଇଛନ୍ତି ।

ଏଣେ ସାରା ୟୁକ୍ରେନ୍ ରେ ଭୟର ବାତାବରଣ ସବ ଘୋର ଖାଦ୍ୟ ଅଭାବ ଦେଖା ଦେଇଛି । ଯୁଦ୍ଧ ବିରତି ପାଇଁ ରୁଷ ସହ ଆଲୋଚନା କରିବାକୁ ୟୁକ୍ରେନ୍ ରାଜି ହୋଇଥିବା ଜଣା ପଡିଛି । ବେଲାରୁଷରେ ଆଲୋଚନା କରିବାକୁ ପ୍ରଥମେ ରାଜି ନଥିଲେ ମଧ୍ୟ ୟୁକ୍ରେନ୍ ପ୍ରତିନିଧିମଣ୍ଡଳ ବେଲାରୁଷ ଯାଉଥିବା ରୁଷ ଗଣମାଧ୍ୟମ କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com