Breaking NewsFeaturedଓଡ଼ିଶାମନୋରଞ୍ଜନ

ଶୁଭେଚ୍ଛା ଜଣାଇଲେ ନାରୀ ଜାତିକୁ, ଅନୁଭବ ବାଣ ମାରିଲେ କାହାକୁ…

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଏଥର କିନ୍ତୁ ନିଜର ପାରିବାରିକ ବିବାଦକୁ ନେଇ ନୁହେଁ, ବରଂ ସୋସିଆଲ ମିିଡିଆରେ ଏକ ପ୍ରସଙ୍ଗକୁ ଉପରେ ମତାମତ ଶେଆର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସାବିତ୍ରୀ ବ୍ରତ ଅବସରରେ ଅନୁଭବ ଏକ ପୋଷ୍ଟ କରିଛନ୍ତି, ଯାହାର ଶୀର୍ଷକ ରହିଛି ‘ରିୟଲ ସାବିତ୍ରୀ ଭର୍ସେସ ଫେକ ସାବିତ୍ରୀ’ । ଅର୍ଥାତ ୍ ସତ ସାବିତ୍ରୀ ବନାମ ମିଛ ସାବିତ୍ରୀ ।

ଲେଖା ଆରମ୍ଭରୁ ସାବିତ୍ରୀ ବ୍ରତ ଅବସରରେ ସମସ୍ତ ନାରୀ ଜାତୀକୁ ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଏହା ସହ ସାବିତ୍ରୀ ବ୍ରତକୁ ନେଇ ନାରୀ ଜାତୀଙ୍କ ଉଦେଶ୍ୟରେ କିଛି କହୁଥିବାରୁ କ୍ଷମା ମଧ୍ୟ ମାଗିଛନ୍ତି । ଏଥିସହ ନାରୀ ହୋଇ ନାରୀ ଜାତିକୁ ବଦନାମ କରୁଥିବା ଉଦ୍ଦେଶ୍ୟରେ ସେ ଲେଖିଛନ୍ତି । ଏକ ଲୋକ କଥାକୁ ଉଦାହରଣରେ ରଖି ସେ ଲେଖିଛନ୍ତି ଦିନେ ନାହିଁ କାଳେ ନାହିଁ ଗହ୍ମା ପୁନେଇଁରେ ମାଇଁ ମାଇଁ । ସେହିପରି କାହାର ନାଁ ନନେଇ ସେ ଲେଖିଛନ୍ତି ଓ ମାଡାମ ଯଦି ସାବିତ୍ରୀ ଓଷା କରିବାକୁ ଏତେ ସଉକ ତାହେଲେ ଥରେ ସାବିତ୍ରୀ ଓଷାର ବହିଟା ପଢନ୍ତୁ । ତା ପରେ ସିନ୍ଦୁର ଓ ସ୍ୱାମୀର ଅର୍ଥ ବୁଝିବେ । ଆଜିକାଲି ସୋସିଆଲ ମିଡିଆରେ ଯେମିତି ଫେକ ଆଇଡି ରଖାଯାଉଛି; ସେହିଭଳି କିଛି ଫେକ ସାବିତ୍ରୀ ସାମ୍ନାକୁ ଆସିଛନ୍ତି ବୋଲି ଏହି ପୋଷ୍ଟରେ ଲେଖାଯାଇଛି । କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ବର୍ଷ ସାରା ତାଙ୍କ ସିନ୍ଥି ବିନା ସିନ୍ଦୁରରେ ଛିନ୍ନମସ୍ତା, ହେଲେ ସାବିତ୍ରୀ ଦିନ ଦେଖାଇ ହେବା ପାଇଁ ପୂରା ସତୀ ହୋଇଯାଉଛନ୍ତି । ଧନ୍ୟ କହିବ ଏଭଳି ନାରୀ ମାନଙ୍କୁ । ସେମାନେ ବୁଝିବା କଥା ସିନ୍ଦୁର କେବଳ ସମ୍ପର୍କ ଯୋଡ଼ି ଦିଏନି । ସମ୍ପର୍କ ଯୋଡ଼ି ହେବା ପାଇଁ ଦୁଇଟି ହୃଦୟ ଦରକାର । ସିନ୍ଦୁର ଲଗେଇବା ଆଗରୁ ପ୍ରଥମେ ହୃଦୟକୁ ସଜାଡ଼ନ୍ତୁ । ସିନ୍ଦୁର କିମ୍ବା ସ୍ୱାମୀର ବଦନାମ କରନ୍ତୁ ନାହିଁ । ସେହିପରି ପୋଷ୍ଟରେ ସବା ଶେଷରେ ଦେହକୁ ନେବେ ନାହିଁ ବୋଲି ଅନୁଭବ ଲେଖିଛନ୍ତି । ତେବେ ଅନୁଭବ ଏହି ସାବିତ୍ରୀ ଲେଖା କାହା ଉଦ୍ଦେଶ୍ୟରେ ଲେଖିଚନ୍ତି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ କେହି କେହି ଠିକ ଓ କେହି ଭୁଲ ବୋଲି ଯୁକ୍ତି ବାଢ଼ିଛନ୍ତି ।

ଅନ୍ୟପଟେ ସାବିତ୍ରୀ ଉତ୍ସବ ଅବସରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ସୋସିଆଲ ମିଡିଆରେ ସାବିତ୍ରୀ ବ୍ରତର ଶୁଭେଚ୍ଛା ଜଣାଇଥିଲେ । ତେବେ ଦିର୍ଘ ଦିନ ହେବ ବର୍ଷା ଓ ଅନୁଭଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ଏହି ଷ୍ଟାର ଦମ୍ପତ୍ତିଙ୍କ ଘର କଳି ଏବେ ପାରିବାରିକ ଅଦାଲତରେ ବିଚାରଧିନ ରହିଛି । ସାବିତ୍ରୀ ଭଳି ଦିନରେ ପ୍ରଥମେ ବର୍ଷା ପ୍ରିୟଦର୍ଶୀନୀ ସୋସିଆଲ ମିଡିଆରେ ପୋଷ୍ଟ କରି ଶୁଭିଚ୍ଛା ଜଣାଇବା ପରେ ଅନୁଭବ ଏଭଳି ପୋଷ୍ଟ କରିଥିଲେ । ଅନୁଭବଙ୍କ ଏହି ପୋଷ୍ଟ ବର୍ଷା ପ୍ରିୟଦର୍ଶୀନୀଙ୍କ ଉଦ୍ଦେଶ୍ୟରେ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com