ଓଡ଼ିଶା

ବିଏମ୍‌ସି ଅଫିସ୍‌ରେ ଆକ୍ରମଣ ଘଟଣାରେ ନୂଆ ମୋଡ, ଆସିଲା ଅଫିସରଙ୍କ ନାମରେ ଅଭିଯୋଗ ।

ଭୁବନେଶ୍ୱର ୦୩/ଜୁଲାଇ : ବିଏମ୍‌ସି ଅଫିସ୍‌ରେ ଅତିରିକ୍ତ କମିଶନରଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଟିମ୍‌ ବିଏମ୍‌ସି ଖୁବ ରୋଷ ପ୍ରକାଶ କରିଛି। ସମସ୍ତ କର୍ମଚାରୀ ଓ ଅଧିକାରୀ ଏକତ୍ରିତ ହୋଇ କାର୍ଯ୍ୟ ବନ୍ଦ କରି କାଲାମ ଛାଡ଼ ଆନ୍ଦୋଳନ କରୁଛନ୍ତି। ମେୟର ସୁଲୋଚନା ଦାସ ଏହି ଆନ୍ଦୋଳନକୁ ସମର୍ଥନ କରି ମୁଖ୍ୟ ଦୋଷୀ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ଦାବି କରୁଛନ୍ତି। ଘଟଣା ସଂପୃକ୍ତ ୫ ଜଣ ଗିରଫ ହେଲେ ମଧ୍ୟ ମୁଖ୍ୟ ଷଡଯନ୍ତ୍ରକାରୀ ଏ ପର୍ଯନ୍ତ ଗିରଫ ହୋଇନାହାନ୍ତି। ଏହି ଘଟଣା ପରେ ମେୟରଙ୍କ ଅଧ୍ୟକ୍ଷତାରେ ବୈଠକ ବସି ବିଏମ୍‌ସି ଅଫିସ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି। ସିସିଟିଭି ୩ ମାସ ଧରି ଖରାପ ଥିବା ବିଷୟରେ ଓ ଘଟଣାଦିନ ଥିବା ସୁରକ୍ଷା କର୍ମୀମାନେ କିଛି ପଦକ୍ଷେପ ନ ନେଇଥିବା ପ୍ରସଙ୍ଗରେ ମେୟର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଏମ୍‌ସି ବର୍ତ୍ତମାନ ନିଜେ ସିସିଟିଭି, ସୁରକ୍ଷା ଓ ରକ୍ଷଣାବେକ୍ଷଣର ଦାୟିତ୍ୱ ନେବ ବୋଲି ନିଷ୍ପତ୍ତି ହୋଇଛି। ପୁଲିସ କମିସନର ଏସ୍‌ ଦେବଦତ୍ତ ସିଂ ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କ ସହ ଭେଟି ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି। ଏପଟେ ବିଏମ୍‌ସି ଅଧିକାରୀ ରତ୍ନାକର ସାହୁ ପାଇଁ ନ୍ୟାୟ ଦାବି ହେଉଛି, ଅନ୍ୟପଟେ ସ୍ୱଚ୍ଛ ସେବି ରେବତୀ ରାଉତ ଅଭିଯୋଗ କରିଛନ୍ତି ଯେ ଶ୍ରୀ ସାହୁ ତାଙ୍କ ସହ ଖରାପ ବ୍ୟବହାର କରିଛନ୍ତି, ଯାହାପାଇଁ ସେ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରି ତାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ଏହି ସବୁ ଘଟଣା ଦିନକୁ ଦିନ ନୂଆ ମୋଡ୍‌ ନେଇଛି। ଆଗାମୀ ଦିନରେ କଣ ଘଟିବ ଏହା ଉପରେ ସମସ୍ତଙ୍କ ନଜର।

 

 

Related Articles

Back to top button