Featuredଅନ୍ତର୍ଜାତୀୟଜାତୀୟମନୋରଞ୍ଜନ

ହଲିଉଡ୍‌ରୁ ମିଳିଛି ଅଫର୍‌, ସାଉଥ୍‌ ସୁପରଷ୍ଟାର୍‌ ରାମଚରଣ କହିଲେ ଏଭଳି…

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଦେଲେ ଏହି ସୂଚନା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ହଲିଉଡରେ ଡେବ୍ୟୁ କରିବେ ସାଉଥ ସୁପର ଷ୍ଟାର ରାମଚରଣ । ଜି-୨୦ ଶିଖର ସମ୍ନିଳନୀରେ ଯୋଗଦେଇ ହଲିଉଡରେ ଏଂଟ୍ରି କରିବାର ହିଂଟ ଦେଇଛନ୍ତି । ଏହି ଖବର ଶୁଣି ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଯଦି ଦେଖିବା ଆଜିକାଲି ରାମଚରଣଙ୍କର ସଫଳତା ବଢ଼ିବାରେ ଲାଗିଛି । ସେହିପରି ରାମଚରଣଙ୍କ ଶେଷ ରିଲିଜ ଫିଲ୍ମ ଆରଆରଆର ଓସ୍କାର ଜିତି ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥିଲେ । ଏହି ଐତିହାସିକ ସଫଳତା ପରେ ରାମଚରଣ ଦେଶ ବିଦେଶରେ ଲୋକପ୍ରିୟ ତାରକା ହୋଇପାରିଛନ୍ତି । ତେବେ ଏହାରି ଭିତରେ ଶ୍ରୀନଗରରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ରାମ ଚରଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ପ୍ରତିନିଧିତ୍ୱ କରିଛନ୍ତି । ଏହି ସମୟରେ ଅଭିନେତା ନିଜେ ପ୍ରଶଂସକମାନଙ୍କୁ ହଲିଉଡରୁ ଅଫର ପାଇବା ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି ।

ଅଭିନେତା ରାମଚରଣ କହିଛନ୍ତି ଯେ ମୁଁ ମୋର ଦେଶ ଭାରତକୁ ସାରା ବିଶ୍ୱରେ ଆହୁରି ପ୍ରସିଦ୍ଧ କରିବାକୁ ଚାହୁଁଛି । ଏହା କେବଳ ହଲିଉଡ ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ସାହାଯ୍ୟରେ ସମ୍ଭବ ହେବ । ମୁଁ ମୋର ସଂସ୍କୃତି ଛାଡ଼ିବାକୁ ଚାହେଁ ନାହିଁ । ଆମ ସଂସ୍କୃତି ଏବଂ ଭାରତୀୟ ଭାବନା ଅତ୍ୟନ୍ତ ଶକ୍ତିଶାଳୀ । ଆମର କାହାଣୀକୁ ସେଠାରେ ସମ୍ମାନ ମିଳୁଛି । ଏହା କେବଳ ସାଉଥ ଇଷ୍ଟ୍ରିର ନୁହେଁ ବରଂ ସମସ୍ତ ସିନେମା ଜଗତର।

ଚଳିତ ବର୍ଷ ୭୫ ତମ ଓସ୍କାର ପୁରସ୍କାରରେ ଏସଏସ ରାଜାମୌଲିଙ୍କ ଫିଲ୍ମ ଆରଆରଆର ଇତିହାସ ରଚିଥିଲା। ଫିଲ୍ମର ଶ୍ରେଷ୍ଠ ଅରିଜିନାଲ ଗୀତ ନାଟୁ ନାଟୁ କୁ ମିଳିଥିଲା ଓସ୍କାର ଆୱାର୍ଡ। ଏହା ପୂର୍ବରୁ ଏହି ଚଳିଚ୍ଚିତ୍ରଟି ୭ଟି ଆନ୍ତଃଜାତୀୟ ପୁରସ୍କାର ମଧ୍ୟ ହାତେଇଛି । ଏଥିସହ ବିଶ୍ୱ ବକ୍ସ ଅଫିସରେ ଏହି ଫିଲ୍ମଟି ୧୨ଶହ କୋଟିରୁ ଅଧିକ ବ୍ୟବସାୟ କରି ଇତିହାସ ରଚିଛି। ଆରଆରଆରର ସଫଳତା ପରେ ରାମଚରଣ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ଗେମ ଚେଞ୍ଜରରେ ନଜର ଆସିବେ। ଏହି ଫି୍ଲମରେ ରାମଚରଣଙ୍କ ପ୍ରଥମ ଲୁକ ମଧ୍ୟ ରିଲିଜ ହୋଇଛି। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେିଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ଏସ ଶଙ୍କର। ସେହିପରି ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ରାମଚରଣଙ୍କ ବିପକ୍ଷରେ ନଜର ଆସିବେ। ଏହି ଫିଲ୍ମଟି ୨୦୨୪ରେ ରିଲିଜ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com