Featuredଜାତୀୟଜୀବନଶୈଳୀମନୋରଞ୍ଜନ

ନିଜ ପତ୍ନୀ ଟ୍ୱିଙ୍କଲଙ୍କ ସିନେମା ଦେଖନ୍ତିନି ଖିଲାଡି ଷ୍ଟାର୍‍, ଜାଣନ୍ତୁ କାହିଁକି…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ନିଜର ନିଆରା ଅନ୍ଦାଜ୍ ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ଟ୍ୱିଙ୍କଲ ଖାନ୍ନା ସବୁବେଳେ ଚର୍ଚ୍ଚାରେ ଥାନ୍ତି । ବର୍ତ୍ତମାନ ସେ ଅଭିନୟ ଜଗତଠାରୁ ସମ୍ପୂର୍ଣ୍ଣ ଦୂରେଇଯାଇଥିଲେ ବି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ଟ୍ୱିଙ୍କଲ ଓ ଅକ୍ଷୟଙ୍କ ଯୋଡ଼ିକୁ ବଲିଉଡର ପପୁଲାର ଯୋଡ଼ି ମଧ୍ୟରେ ଗଣାଯାଏ ।  କିନ୍ତୁ ଏହି ଯୋଡ଼ିଙ୍କ ଭିତରେ ଏମିତି କିଛି କଥା ରହିଛି ଯାହା ଆପଣ କେବେ ବି ଶୁଣିନଥିବେ। ଆଉ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ବି ହୋଇଯିବୋ

ଟ୍ୱିଙ୍କଲ ବଲିଉଡକୁ ଖୁବ୍ କମ୍ ଫିଲ୍ମ ଦେଇଛନ୍ତି, କିନ୍ତୁ ତାଙ୍କର ଅଧିକାଂଶ ଚଳଚିତ୍ର ବକ୍ସ ଅଫିସ୍‌ରେ ସୁପର୍ ହିଟ୍ ହୋଇଛି । ତାଙ୍କର କମେଡି, ଅଭିନୟ ଏବଂ ରୋମାଣ୍ଟକ୍  ସିନ୍ ପାଇଁ  ସେ ଦର୍ଶକଙ୍କଠାରୁ ବହୁ ପ୍ରଶଂସା ସାଉଁଟିଛନ୍ତି । ଯେଉଁଥି ପାଇଁ ଦର୍ଶକ ତାଙ୍କର ସମସ୍ତ ଫିଲ୍ମ ଦେଖିବାକୁ ବହୁ ପସନ୍ଦ କରନ୍ତି । ଟ୍ୱିଙ୍କଲଙ୍କ  ସ୍ୱାମୀ ଅକ୍ଷୟକୁମାର ମଧ୍ୟ ଟ୍ୱିଙ୍କଲଙ୍କ ସମସ୍ତ ଫିଲ୍ମ ଦେଖନ୍ତି କିନ୍ତୁ ସେଥିରୁ ୪ଟି ଫିଲ୍ମକୁ ଆଦୌ ଦେଖନ୍ତି ନାହିଁ । ତେବେ ସେହି ଚଳଚ୍ଚିତ୍ରଗୁଡ଼ିକ ନଦେଖିବାର କାରଣ କ’ଣ? ଆମେ ଏହି ଭିଡିଓରେ ଆପଣଙ୍କୁ ଜଣାଇବୁ:

  • ଏହି ଲିଷ୍ଟର ପ୍ରଥମରେ ରହିଛି ଫିଲ୍ମ ମେଲା. . . .

ଅଭିନେତ୍ରୀ ଟ୍ୱିଙ୍କଲ କାନ୍ନାଙ୍କ ଅଭିନୀତ ଫିଲ୍ମ ମେଲା ୨୦୦୨ରେ ମୁକ୍ତିଲାଭ କରିଥିଲା । ଯଦିଓ ସେହି ସମୟରେ ଏହି ଫିଲ୍‌ମ ବକ୍ସ ଅଫିସ୍‌ରେ ସେତେ ଭଲ କମେଇ ନଥିଲା । କିନ୍ତୁ ଏହି ଫିଲ୍ମକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ ।  ଏହା ସତ୍ତ୍ୱେ ବି ଅକ୍ଷୟ କୁମାର ନିଜ ପତ୍ନୀଙ୍କ ଏହି ଫିଲ୍ମ ଆଦୌ ଦେଖି ନାହାନ୍ତି ।  ଏହା ପଛର କାରଣ ହେଉଛି ଅକ୍ଷୟ ଚାହାନ୍ତି ନାହିଁ କି ତାଙ୍କ ସ୍ତ୍ରୀ କୌଣସି ଫିଲ୍ମରେ ରୋମାଣ୍ଟିକ୍ ସିନ୍‌ରେ ନଜର ଆସନ୍ତୁ । ଆଉ ଫିଲ୍ମ ମେଲାରେ ଟ୍ୱିଙ୍କଲ ଆମିର ଖାନଙ୍କ ସହ ରୋମାଣ୍ଟିକ୍ ସିନ୍‌ରେ ନଜର ଆସିଥିଲେ । ଏହା ହିଁ ଗୋଟିଏ କାରଣ ଯେଉଁଥି ପାଇଁ ଅକ୍ଷୟ କୁମାର ଆଜିଯାଏ ଏହି ଫିଲ୍ମ ଦେଖି ନାହାନ୍ତି ।

  • ନମ୍ବର-୨ରେ ଅଛି ବରସାତ୍‌…

ଫିଲ୍ମ ବରସାତ୍‌ରେ ବବି ଦେବଲ ଏବଂ ଟ୍ୱିଙ୍କଲ ଖାନ୍ନାଙ୍କ ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଏହି ଯୋଡ଼ିଙ୍କ ଲଭ୍ କେମେଷ୍ଟ୍ରି ଫିଲ୍ମକୁ ସୁପରଡ଼ୁପର୍ ହିଟ୍ ବନାଇଥିଲା । କିନ୍ତୁ ଅକ୍ଷୟ କୁମାର ଏହି ଚଳଚିତ୍ରକୁ ଏତେଟା ଭଲ ପ୍ରତିକ୍ରିୟା ଦେଇନଥିଲେ ଏବଂ ଏହି ଫିଲ୍ମକୁ ମଧ୍ୟ ସେ କେବେ ଦେଖିବାକୁ ପସନ୍ଦ କରନ୍ତିନାହିଁ । ଏହାର କାରଣ ପଛରେ ଆଉ କେହି ନୁହନ୍ତି ବରଂ ବବି ଦେୱଲଙ୍କ ଭାଇ ସନ୍ନି ଦେୱଲ ଅଛନ୍ତି ।   ଅଭିନେତା ସନ୍ନି ଦେୱଲ ଓ ଅକ୍ଷୟ କୁମାରଙ୍କ ମଧ୍ୟରେ ଅହି-ନକୁଳ ସମ୍ପର୍କ । ଏହି ଶତ୍ରୁତା ଫିଲ୍ମ ଜିଦ୍ଦିରୁ ହିଁ ଆରମ୍ଭ ହୋଇଥିଲା ।

ତେବେ ସେବେଠାରୁ ଆଜି ପର୍ଯ୍ୟନ୍ତ ଅକ୍ଷୟ କୁମାର ସନ୍ନି ଦେଓଲ୍‌ଙ୍କ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ନାହିଁ କି  ତାଙ୍କ ଭାଇ ବବି ଦେଓଲଙ୍କ ମଧ୍ୟ କୌଣସି ଫିଲ୍ମ ଦେଖନ୍ତି ନାହିଁ ।

  • ନମ୍ବର-୩ ବାଦଶାହା…

୧୯୯୯ ମସିହାରେ ମୁକ୍ତି କରିଥିବା ବାଦଶାହା ମଧ୍ୟ ଟ୍ୱିଙ୍କଲ ଖାନ୍ନାଙ୍କ ଅଭିନୀତ ସେହି ଚଳଚିତ୍ର ମଧ୍ୟରୁ ଗୋଟିଏ ଯାହାକୁ ଅକ୍ଷୟ ଦେଖିବାକୁ ଚାହାନ୍ତି ନାହିଁ। ଏହା ପଛର ପ୍ରକୃତ କାରଣ ହେଉଛି ଯେତେବେଳେ ଏହି ଫିଲ୍ମ ଶୁଟିଂ ହୋଇଥିଲା ସେହି ସମୟରେ ଅକ୍ଷୟ ଟ୍ୱିଙ୍କଲଙ୍କୁ ବହୁତ ଭଲ ପାଉଥିଲେ । ତେଣୁ ସେ ଚାହୁଁଥିଲେ କି ତାଙ୍କୁ ଏଥିରେ କାମ କରିବାର ସୁଯୋଗ ମିଳୁ କିନ୍ତୁ ଶାହରୁଖ୍ ଖାନ୍‌ଙ୍କ ପାଇଁ ତାଙ୍କ ହାତରୁ ଏହି ସୁବର୍ଣ୍ଣ ସୁଯୋଗ ଚାଲି ଯାଇଥିଲା । ଯାହା ଫଳରେ ଅକ୍ଷୟ ଏହି ଫିଲ୍ମ ଦେଖିôବାକୁ ଆଦୌ ଚାହାନ୍ତି ନାହିଁ ।

  • ସେହିପରି ଅକ୍ଷୟ କୁମାର ଦେଖିନଥିବା ବା ଦେଖିବାକୁ ଚାହୁନଥିବା ୪ ନମ୍ବର ଫିଲ୍ମ ହେଉଛି–  ଜାନ୍‌

୧୯୯୬ ମସିହାରେ ବଡ଼ ପରଦରରେ ପ୍ରସାରିତ ହୋଇôତବା ଚଳଚିତ୍ର ଜାନ୍ ଦର୍ଶକଙ୍କ ପ୍ରିୟ ଚଳଚିତ୍ର ମଧ୍ୟରୁ ଅନ୍ୟତମ । ଯେଉଁଥିରେ ଅଜୟ ଦେବଗନ୍ ଏବଂ ଟ୍ୱିଙ୍କଲ୍ ଖନ୍ନାଙ୍କ ଲଭ୍ କେମେଷ୍ଟ୍ରିକୁ ମିଳିଥିଲା ଖୁବ ପ୍ରସଂଶା ।  ଏହା ସହିତ ବକ୍ସ ଅଫିସ୍‌ରେ ଖୁବ୍ ରୋଜଗାର ମଧ୍ୟ କରିଥିଲା । କିନ୍ତୁ ଏହା ସତ୍ତ୍ୱେ ବି ଅକ୍ଷୟ କୁମାର ଏହି ଫିଲ୍ମକୁ ଦେଖିବାକୁ ଚାହାନ୍‌ି ନାହିଁ । ଏହାର କାରଣ ହେଉଛି ଅକ୍ଷୟ ଏବଂ ଅଜୟଙ୍କ ତୀର୍ଘ ଦିନର ଶତ୍ରୁତା । ଅକ୍ଷୟଙ୍କ ଅନୁଯାୟୀ ଅଜୟ ଦେବଗନ୍ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ କହି ତାଙ୍କର କିଛି ହିଟ୍ ଫିଲ୍ମରୁ ଗୁରୁତ୍ୱପୂର୍ଣ୍ଣ ସିନ୍ କାଟି ଦେଇଛନ୍ତି । ଆଉ ଏହି ଶତ୍ରୁତା ପାଇଁ ଆଜି ପର୍ଯ୍ୟନ୍ତ ଟ୍ୱିଙ୍କଲ୍‌ଙ୍କ ଏହି ସୁପରହିଟ୍ ଫିଲ୍ମ ଅକ୍ଷୟ ଦେଖି ନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com