Breaking NewsFeaturedଓଡ଼ିଶାକ୍ରୀଡ଼ାଜାତୀୟ

IPL ଫାଇନାଲ୍‌ ମ୍ୟାଚ୍‌ ଖେଳିବେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି!

ଗୋଟିଏ ଥ୍ରୋ ବଦଳାଇ ଦେଲା ମ୍ୟାଚର ମୋଡ଼, ସାରା ଦେଶରେ ଓଡ଼ିଆ ପୁଅକୁ ନେଇ ପ୍ରବଳ ଚର୍ଚ୍ଚା

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଚେନ୍ନାଇ ଓ ଗୁଜରାଟ ମଧ୍ୟରେ ଚାଲିଥିଲା ହାଇ ଭୋଲଟେଜ ମ୍ୟାଚ । ଯିଏ ଜିତିବ ସିଏ ଯିବ ଫାଇନାଲକୁ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ । ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୨ ରନ୍ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ୧୭୩ ରନକୁ ପିଛା କରୁଥିବା ଗୁଜୁରାଟ ୨୦ ଓଭରରେ ୧୫୭ ରନରେ ଅଲ ଆଉଟ ହୋଇ ଯାଇଥିଲା । ଗୁଜରାଟର ସ୍କୋର ହୁଏତ ଆହୁରି ଆଗକୁ ଯାଇଥାନ୍ତା କିନ୍ତୁ ସବୁ ବାଟ ବନ୍ଦ କରି ଦେଇଥିଲେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି। ଚମତ୍କାର ପ୍ରଦର୍ଶନ ପାଇଁ ଶୁଭ୍ରାଂଶୁଙ୍କ ଫାଇନାଲ୍‌ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ମ୍ୟାଚ ଅଧାରୁ ଅମ୍ବାତି ରାୟୁଡୁ ପଡ଼ିଆରୁ ବାହାରି ଆସିଥିଲେ । ଆଉ ବଦଳ ଖେଳାଳି ଭାବେ ଫିଲ୍ଡିଂ ପାଇଁ ପହଞ୍ଚିଥିଲେ ଶୁଭ୍ରାଂଶୁ । ଚେନ୍ନାଇ ଧୀରେ ଧୀରେ ବିଜୟ ଆଡ଼କୁ ବଢୁଥିବା ବେଳେ ୧୮ତମ ଓଭରରେ ଗୁଜରାଟ ଖେଳାଳି ଦର୍ଶନ ନଲକଣ୍ଡ ମିଡ ଅଫକୁ ସର୍ଟ ଖେଳିଥିଲେ । ଏହାପରେ ରନ ନେବାକୁ ଚେଷ୍ଟା କରିଥିଲେ ନଲକଣ୍ଡ । ଏହି ସମୟରେ ବଲକୁ ସଂଗ୍ରହ କରି ସିଧା ଷ୍ଟମ୍ପକୁ ଥ୍ରୋ ମାରିଥିଲେ ଶୁଭ୍ରାଂଶୁ ଆଉ ଗୁଜରାଟର ଅଷ୍ଟମ ଖେଳାଳି ଭାବେ ଆଉଟ ହୋଇଥିଲେ ନଲକଣ୍ଡ । ଏହାପରେ ଆହୁରି ୫ ଟି ବଲ ପଡ଼ିଥିଲେ ମଧ୍ୟ ନବମ ୱିକେଟ ପଡ଼ିବା ଆଗରୁ ମାତ୍ର ୬ ରନ ଆଦାୟ କରିଥିଲା ଗୁଜରାଟ ।

ତେବେ ଏଭଳି ପ୍ରଦର୍ଶନ ମାଧ୍ୟମରେ ଓଡ଼ିଆ ଖେଳାଳିଙ୍କୁ ଅଣଦେଖା କରୁଥିବା ଫ୍ରାଞ୍ଚାଇଜିଙ୍କ ସମେତ ନିଜ ଦଳର ଚୟନ କର୍ତ୍ତା ଏବଂ ଦର୍ଶକଙ୍କୁ ମୁହଁ ତୋଡ ଜବାବ ଦେଇଛନ୍ତି ଶୁଭ୍ରାଂଶୁ । ଆଇପିଏଲରେ ଏପର୍ଯ୍ୟନ୍ତ ଖେଳିବାର ସୁଯୋଗ ପାଇନଥିବା ଶୁଭ୍ରାଂଶୁ କିନ୍ତୁ ଯେତେବେଳେ ଯେଉଁ ସୁଯୋଗ ପାଉଛନ୍ତି ତାକୁ ହାତଛଡ଼ା କରୁନାହାନ୍ତି । ଏହା ପୂର୍ବରୁ ଦିଲ୍ଲୀ ବିପକ୍ଷ ମ୍ୟାଚରେ ମଧ୍ୟ ଏକ ଚମତ୍କାର କ୍ୟାଚ ନେଇଥିଲେ ଶୁଭ୍ରାଂଶୁ । ତେବେ ଏଭଳି ପ୍ରଭାବୀ ପ୍ରଦର୍ଶନ ପରେ ଚୟନ କର୍ତ୍ତାଙ୍କୁ ତାଙ୍କ କଥା ଭାବିବାକୁ ସେ ବାଧ୍ୟ କରିଦେଇଛନ୍ତି। ଆଶା କରାଯାଉଛି ଫାଇନାଲ୍‌ ମ୍ୟାଚ୍‌ରେ ଶୁଭ୍ରାଂଶୁଙ୍କୁ ଖେଳିବାର ସୁଯୋଗ ମିଳିପାରେ। ତେବେ ଏହି ବିଜୟ ସହିତ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ୧୦ମ ଥର ପାଇଁ ଫାଇନାଲରେ ପହଞ୍ଚିଛି।

Related Articles

Back to top button
WP Twitter Auto Publish Powered By : XYZScripts.com