ଓଡ଼ିଶା

କେନ୍ଦୁଝରରୁ ଦିଲ୍ଲୀ ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀଙ୍କୁ ଦାବି ଜଣାଇଲେ ସାଂସଦ ଅପରାଜିତା

କେନ୍ଦୁଝରଗଡ଼, ୩୦/୦୯/୨୦୨୨-  ରାଜ୍ୟ ରାଜଧାନୀ ଭୁବନେଶ୍ୱର କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଏକ ନୂତନ ଯାତ୍ରୀବାହୀ ଟ୍ରେନ ଚଳାଚଳ ନିମନ୍ତେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । କେନ୍ଦୁଝର ନାଗରିକ ମଞ୍ଚ ପକ୍ଷରୁ ସାଂସଦ ଅପରାଜିତାଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ପରେ ସେ ରେଳ ମନ୍ତ୍ରୀ ବୈଷ୍ଣବଙ୍କୁ ଚଳିତମାସ ୨୨ ତାରିଖରେ ଚିଠି ଲେଖି ଗୁରୁତ୍ବ ଦୃଷ୍ଟିରୁ ଭୁବନେଶ୍ବରରୁ କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ତୁରନ୍ତ ଏକ ଯାତ୍ରୀବାହୀ ଟ୍ରେନ ଚଳାଚଳ ନିମନ୍ତେ ଅନୁରୋଧ କରିଛନ୍ତି ।

ରେଳବାଇ କେନ୍ଦୁଝର ଜିଲ୍ଲାରୁ ବାର୍ଷିକ ୩୦ ନିୟନ ଟନ ଖଣିଜସମ୍ପଦ ପରିବହନ କରି ରାଜ୍ୟ ଓ କେନ୍ଦ୍ର ବେଶ୍ ରାଜସ୍ବ ପାଇ ଆସୁଥିବା ସତ୍ତ୍ଵେ କେନ୍ଦୁଝରବାସୀଙ୍କୁ ରେଳ ଯୋଗେ ଯାତାୟାତ ସୁବିଧା ସମ ପରିମାଣର ଯୋଗାଇ ଦିଆଯାଇ ନାହିଁ । ସେହିଭଳି ଚଳିତବର୍ଷ ଠାରୁ କେନ୍ଦୁଝର ସରକାରୀ ଭେଷଜ ମହାବିଦ୍ୟାଳୟ କାର୍ଯ୍ୟକ୍ଷମ ହେବାକୁ ଥିବାରୁ ଛାତ୍ରଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଏବଂ ଏହି ଜିଲ୍ଲାର ମନଲୋଭା ପର୍ଯ୍ୟଟନକେନ୍ଦ୍ର ପରିଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ନିମନ୍ତେ ନୂତନ ଯାତ୍ରୀବାହୀ ଟ୍ରେନ ଚଳାଚଳର ଆବଶ୍ୟକତା ଥିବା ଅପରାଜିତା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com