Featuredଜାତୀୟଜୀବନଶୈଳୀମନୋରଞ୍ଜନ

ଦ୍ଵିତୀୟ ବିବାହ ପରେ ବେଶ୍‌ ଖୁସି ଅଛନ୍ତି ଆଶିଷ ବିଦ୍ୟାର୍ଥୀ, ପ୍ରଥମ ପତ୍ନୀ କହିଲେ…

ଲୋକପ୍ରିୟ ଅଭିନେତା ପୁଣି ପ୍ରମାଣିତ କଲେ ବୟସ ଏକ ଅଙ୍କ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ପୁଣିଥରେ ବେଦୀରେ ବସିଲେ। କନିଆ ମଥାରେ ସିନ୍ଦୁର ଦେଲେ। ୬୦ ବର୍ଷ ବୟସରେ ଯୁବକର ଉତ୍ସାହ ଦେଖାଇଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ। ଆସାମର ରୁପାଲି ବରୁଆଙ୍କୁ ଆଶିଷ ଦ୍ୱିତୀୟ ବିବାହ କରିଛନ୍ତି। ଅତି ନିକଟ ସମ୍ପର୍କୀୟ ଓ ପରିବାର ବର୍ଗଙ୍କ ଗହଣରେ କୋଲକାତାର ଏକ କ୍ଲବ୍‌ରେ ବିବାହ ସରିଛି। ବୟସର ଅପରାହ୍ଣରେ ବିବାହ କରି ଖୁବ୍‌ ଖୁସି ଥିବା ଆଶିଷ ପ୍ରକାଶ କହିଛନ୍ତି। ପ୍ରଥମେ କୋର୍ଟରେ ବିବାହ ସରିବା ପରେ କ୍ଳବ୍‌ରେ ପ୍ରସ୍ତୁତ ବେଦିରେ ଆଶିଷ ଓ ରୁପାଲିଙ୍କ ପଡ଼ିଥିଲା ହାତଗଣ୍ଠି। ସେହିପରି ସନ୍ଧ୍ୟାରେ ହୋଇଥିଲା ଭୋଜି।

ଜଣେ ଦକ୍ଷ ଅଭିନେତା ଆଶିଷ ବିଦ୍ୟାର୍ଥୀ। ଏଥିପାଇଁ ତାଙ୍କୁ ମିଳିଛି ଜାତୀୟ ପୁରସ୍କାର। ହିନ୍ଦୀ, ତେଲଗୁ, ତାମିଲ, କନ୍ନଡ଼, ମାଲାୟଲମ, ବଙ୍ଗଳା ଓ ଓଡ଼ିଆ ଆଦି ୧୧ଟି ଭାଷାରେ ପ୍ରାୟ ୩୦୦ରୁ ଅଧିକ ଫିଲ୍ମ କରିଥିବ ଆଶିଷ ପ୍ରଥମେ ପୁରୁଣା ଦିନର ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ପୁଅ ଅର୍ଥ ବିଦ୍ୟାର୍ଥୀ ଆମେରିକାରେ ପାଠ ପଢ଼ୁଥିବାବେଳେ ବାପାଙ୍କ ଦ୍ଵିତୀୟ ବିବାହକୁ ସମ୍ମତି ଦେଇଥିବା ଜଣାପଡ଼ିଛି। ଆଶିଷଙ୍କ ଏବେକାର ପତ୍ନୀ ରୁପାଲି ଆସାମ ଗୁୱାହାଟିର ହୋଇଥିବା ବେଳେ କୋଲକାତାରେ ଥିବା ଅପସ୍କେଲ୍ ଫେସନ ଷ୍ଟୋର ସହ ସେ ସମ୍ପୃକ୍ତ ଅଛନ୍ତି।

୧୯୬୨ ଜୁନ ୨୯ରେ ଦିଲ୍ଲୀରେ ଜନ୍ମଲାଭ କରିଥିଲେ ଆଶିଷ ବିଦ୍ୟାର୍ଥୀ। ଅଧିକାଂଶ ଚଳଚ୍ଚିତ୍ରରେ ତାଙ୍କୁ ଭିଲିଆନ ଭୂମିକାରେ ଦେଖିବାକୁ ମିଳେ। ତେବେ ଆଶିଷଙ୍କ ଦ୍ଵିତୀୟ ବିବାହ ପ୍ରଥମ ପତ୍ନୀ ରାଜୋଶୀଙ୍କୁ ଖୁବ୍‌ ବାଧିଛି। ଇନଷ୍ଟାରେ ରାଜୋଶୀ କରିଥିବା ପୋଷ୍ଟରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ସେ ଲେଖିଛନ୍ତି ଯେ ଲାଗୁଛି ଅଳ୍ପ ସମୟରେ ସବୁ କିଛି ଶେଷ ହୋଇଗଲା। ଠିକ୍‌ ବ୍ୟକ୍ତି ଆପଣଙ୍କୁ କେବେ ପ୍ରଶ୍ନ ପଚାରିବେ ନାହିଁ ଯେ ଆପଣ ସେମାନଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ।

Related Articles

Check Also
Close
Back to top button