ବାଣିଜ୍ୟ

ଛାଡଖାଇ ପାଇଁ ଆମିଷ ବଜାରରେ ଅସମ୍ଭାଳ ଭିଡ

କେଇ ଘଣ୍ଟାରେ ବଜାରରୁ ଉଭାନ ହେଲା ମାଛ, ମାଂସ

ଭୁବନେଶ୍ୱର, ୦୯/୧୧/୨୦୨୨ –    ଛାଡଖାଇ ତାହା ସାଙ୍ଗକୁ ବୁଧବାର । ମାସେକାଳ ମୁହଁରେ ଆମିଷ ବାଜି ନଥିବାରୁ ଛାଡଖାଇରେ ମାଛ ମାଂସ କିଣିବାକୁ ନାହିଁ ନଥିବାଭିଡ ଦେଖୀବାକୁ ମିଳିଛି । ଛାଡଖାଇରେ ଛଡା ଯାଇଥିବା ଆମିଷକୁ ପୁଣି ଖିଆଯିବ । ଏଥିନେଇ ରାଜଧାନୀର ପ୍ରମୁଖ ୟୁନିଟ-୪, ନୂଆପଲ୍ଲୀ, ଡେଲଟା, ଆଇଗିଣିଆ, ଡମଣା, ପଳାଶୁଣି, ସୁନ୍ଦରପଦା ଆଦି ସ୍ଥାନର ଆମିଷ ଦୋକାନରେ ଅସମ୍ଭାଳ ଭିଡ ଜମିଛି । ସେପଟେ କାରବାର ପାଇଁ ଆମିଷ ଦୋକାନୀଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ଲୋକଙ୍କର ପ୍ରଥମ ପସନ୍ଦ ଥିଲା ଛେଳି ମାଂସ ।

ସହରର ବିଭିନ୍ନ ସ୍ଥାନରେ ଆଜି ଗୋଟିଏ ଦିନରେ ୭ ହଜାରରୁ ଅଧିକ ଛେଳି କଟା ଯାଇଥିବା ଜଣା ପଡିଛି । କିଛି ସ୍ଥାନରେ ଭିଡ ଏତେ ଅଧିକ ଥିଲା ଯେ ଅନେକ ମାଂସ ପାଇ ନପାରି ବିକଳ୍ପ ଭାବେ କୁକୁଡା କିଣୁଥିବା ଦେଖାଯାଇଛି । କୁକୁଡା ମଧ୍ୟରେ ଅଧିକନ୍ତୁ ଦେଶୀ କୁକୁଡାକୁ ପସନ୍ଦ କରିଥିବା ବେଳେ ଗୋଟିଏ ଦିନରେ ୫୦ ହଜାର କୁକୁଡା ବିକ୍ରି ହୋଇଯାଇଛି । ଏହା ଛଡା କଙ୍କଡା , ଚିଙ୍ଗୁଡି, ମାଛ ଏବଂ ଶୁଖୁଆ ମାକେର୍ଟରେ ମଧ୍ୟ ଭିଡ କମ୍ ନଥିଲା । ପୂର୍ବ ଦିନ ମାନଙ୍କରେ ଯୋଉଁ ମାଛ କିଲୋ ୧୬୦ ରୁ ୧୮୦ ମଧ୍ୟରେ ବିକ୍ରି ହେଉଥିଲା ତାହା ଆଜି ୨୨୦ ରୁ ୨୫୦ କୁ ବଢିଯାଇଛି ।

ସେହିଭଳି ଛୋଟମାଛ ବିଶେଷକରି ମହୁରାଳି, ମାଗୁର, ସାମୁଦ୍ରିକ ମାଛ ପାମ୍ପଲେଟ୍ , ଖଇଙ୍ଗା , ଇଲିସି, ଆଦି ମଧ୍ୟ ବେଶ୍ ଚଢା ଦରରେ ବିକ୍ରି ହୋଇଛି । କିଛି ସ୍ଥାନରେ ଆମିଷ ପ୍ରିୟ ବ୍ୟକ୍ତି ଖାସି ଅଗ୍ରିମ ବରାଦି ଦେଇଥବା ବେଳେ ବାରିପଦା ଏବଂ ବନମାଳିପୁର ଆଦି ସ୍ୱତନ୍ତ୍ର ଭାବେ ଛେଳି ମଗାଇଛନ୍ତି । ଅଧିକ ଡିମାଣ୍ଡ ଯୋଗୁଁ ଦର ଉଚ୍ଚା ରହିଛି । ସେପଟେ ଆମିଷ ଦୋକାନରେ ପରିମଳ ଉପରେ ବିଏମସି ଗୁରୁତ୍ୱ ଦେଇଛି । ଆମିଷ ଦୋକାନ ଚାରିପଟ ସଫା ରଖିବାକୁ କୁହାଯାଇଛି । ମାଂସ ଦୋକାନରୁ ବାହାରୁଥିବା ବର୍ଜ୍ୟ ଡଷ୍ଟବିନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ହାଟ ବଜାର ନୁହେଁ ଛାଡଖାଇ ପାଇଁ ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଷ୍ଟରେ ସ୍ୱତନ୍ତ୍ର ଆମିଷ ଖାଦ୍ୟ ପ୍ରସ୍ତୁତ ଏବଂ ବିକ୍ରି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com