Breaking NewsFeaturedକ୍ରୀଡ଼ାଜାତୀୟ

ମ୍ୟାଚ୍‍ ହାରିବାର ଦୁଃଖକୁ ହୃଦୟର ମହାନତାରେ ଜିତିଗଲେ ହାର୍ଦ୍ଦିକ ପାଣ୍ଡ୍ୟା…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କେହି ଜଣେ ଭଲ କଥା କହିଥିଲେ, ଏକ ହାର ହୁଆ ଇନସାନ ହାରନେକେ ବାଦ ଭି ହସେ ତୋ ଜିତନେ ବାଲୋକି ଖୁସି ଫିକା ପଡଜାତି ହୈ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଆଇପିଏଲ ଫାଇନାଲରେ ପରାସ୍ତ ହୋଇଛି ଗୁଜରାଟ ଟାଇଟନ୍ସ । ଆଇପିଏଲ ଇତିହାସରେ ୨ ଥର ଟ୍ରଫି ଜିତିବାର ସ୍ୱପ୍ନ ଧୂଳିସାତ ହୋଇଛି ସତ ହେଲେ ମାହିଙ୍କୁ ନେଇ କହିଥିବା କଥା ଫ୍ୟାନ୍ସଙ୍କ ମନ କିଣିନେଇଛନ୍ତି । ପୂର୍ବ ବର୍ଷର ଚାମ୍ପିଅନ ଏଥର ଫାଇନାଲ ମ୍ୟାଚରେ ପରାସ୍ତ ହୋଇଛି ।

ଏଠି ସବୁଠୁ ବଡ କଥା ହେଉଛି ମ୍ୟାଚ ଶେଷରେ ଆୟୋଜିତ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା । କାହିଁକି ସେମାନେ ଫାଇନାଲ ମ୍ୟାଚ ହାରିଲେ । ଆଉ କେଉଁଠି ରହିଥିଲା ଭୁଲ । ଏହାର ଉତରରେ ହାର୍ଦ୍ଦିକ କହିଥିଲେ ଗୋଟେ ଟିମ ହିସାବରେ ଆମେ ଭଲ ପ୍ରଦର୍ଶନ କରିଥିଲୁ । ଆମେ ଏହି ମ୍ୟାଚରେ ମନ ପ୍ରାଣ ଦେଇ ଖେଳିଥିଲୁ । ପୂରା ଟିମ ଉପରେ ମୋର ଭରସା ଅଛି । ମୁଁ ପୂରା ଟିମକୁ ସାଥୀରେ ନେଇ ଯିବାକୁ ଚାହୁଁଛି । ଆମ ଟିମର ଏକ ଲକ୍ଷ୍ୟ ଥିଲା । ଯଦି ଜିତିବୁ ଏକା ସଙ୍ଗେ ଜିତିବୁ, ଆଉ ଜଦି ହାରିବୁ ଏକା ସଙ୍ଗେ ମଧ୍ୟ ହାରିବୁ । ଯେଉଁଭଳି ଭାବେ ଆମେ ପୂରା ଟୁର୍ଣ୍ଣାମେଣ୍ଟରେ ଫାଇଟ ବ୍ୟାକ କରିଛୁ ତାହା ଆମ ପାଇଁ ବେଶ ଗର୍ବର ସମୟ । ଚେନ୍ନାଇ ଟିମ ଆମ ଠାରୁ ଭଲ ପ୍ରଦରର୍ଶନ କରିଛି । ଆମ ବ୍ୟଟର ମାନେ ବି ଭଲ ଖେଳ ଦେଖାଇଥିଲେ । ହାର୍ଦ୍ଦିକ ହାରିବାକୁ ନେଇ କାହା ଉପରେ ଦୋଷ ଛାଡିନାହାନ୍ତି କି ଅନ୍ୟ କୌଣସି ବାହାନା ମଧ୍ୟ କରିନାହାନ୍ତି ।

ସେହିପରି ଯେତେବେଳେ ତାଙ୍କୁ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ପ୍ରଶ୍ନ ପଚରାଯାଇଥିଲା ସେତେବେଳେ ତାଙ୍କ ମନରେ କଷ୍ଟ ତ ଜଣାପଡୁଥିଲା । ହେଲେ ଧୋନୀଙ୍କୁ ପ୍ରଶଂସା କରିବା ସହ ସେ ଅନେକ କଥା ବଖାଣିଥିଲେ । ସେ କହିଥିଲେ ମୁଁ ଧୋନୀଙ୍କ ପାଇଁ ଖୁସି ଅଛି । ବିଧିର ବିଧାନରେ ଯାହା ଲେଖା ଅଛି ସେଇଆ ହେଲା । ମୋତେ ତାଙ୍କଠାରୁ ହାରିବାର ଥିଲା ମୁଁ ହାରିଲି । ତାଙ୍କ ଠାରୁ ହାରି ମୋ ମନରେ କେଣସି ଦୁଃଖ ନାହିଁ । ଭଲ ଲୋକଙ୍କ ସହ ସବୁବେଳେ ଭଲ ହୁଏ । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଯେତେ ଜଣଙ୍କୁ ବି ଜାଣିଛି ସେମାନଙ୍କ ମଧ୍ୟରୁ ମହେନ୍ଦ୍ର ସିଂହ ଧୋନୀ ସବୁଠୁ ବେଶି ଭଲ ଲାଗନ୍ତି । ମାହିଙ୍କୁ ସେ ଯେମିତି ସମ୍ନାନ ଦିଅନ୍ତି ହାରିବା ପରେ ମଧ୍ୟ ସେହିପରି ସମ୍ମାନ ଦେଇଥିଲେ ।

ଆଇପିଏଲ ଫାଇନାଲକୁ ଆସି ଗୁଜରାଟ ଟାଇଟନ୍ସ ହାରିବାଟା ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଥିଲା । କିନ୍ତୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାବବିହ୍ୱଳ ଟ୍ୱିଟ ସମସ୍ତଙ୍କ ହୃଦୟକୁ ଜିତି ନେଇଥିଲା । ସେ ତାଙ୍କ ଟ୍ୱିଟରେ ଲେଖିଥିଲେ , ଆମେ ମୁଣ୍ଡ ଉଠେଇ ଠିଆ ହେଇଛୁ । ଏହି ଦଳ ପାଇଁ ଗର୍ବିତ । ଆମେ ଆମ ତରଫରୁ ପୂରା ଚେଷ୍ଟା କରିଥିଲୁ । ହାର୍ଦ୍ଦିଙ୍କ ଏହି ଟ୍ୱିଟ ଫ୍ୟାନସଙ୍କ ମନ ଜିତି ନେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com