ଭାଇରାଲ୍ ଭିଡିଓ

ଅସୁସ୍ଥ ହୋଇ ପଡ଼ିଥିଲା ନିରୀହ ପକ୍ଷୀ; ଜୀବନ ବଞ୍ଚାଇଲେ ଯୁବକ

ମଣିଷ ହେଉ ବା ପଶୁ ପକ୍ଷୀ । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ବିଭିନ୍ନ ସମୟରେ ବିପଦରେ ପଡିଥିବା ପ୍ରାଣୀଙ୍କୁ ଲୋକେ ଖାଦ୍ୟ ପାନୀୟ ଆଦି ଦେଉଥିବାର ଦେଖିଥିବେ । ବର୍ତ୍ତମାନ ସମାନ ଧରଣର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ, ପ୍ରବଳ ଗ୍ରୀଷ୍ମ ତାପ ହେତୁ ଏକ ପକ୍ଷୀ ଭୂମି ଉପରେ ଅସୁସ୍ଥ ହୋଇ ପଡିଯାଇଛି ।

ଏହି ସମୟରେ ଜଣେ ବ୍ୟକ୍ତି ମାନବିକତାର ପରିଚୟ ଦେଇ ବୋତଲରୁ ପାଣି ବାହାର କରି ସେହି ପକ୍ଷୀକୁ ପିଇବାକୁ ଦେଉଛନ୍ତି । ଏହାପରେ ପକ୍ଷୀଟି ପାଣିକୁ ଅଳ୍ପ ଅଳ୍ପ କରି ପିଉଥିବା ଦେଖିବାକୁ ପାଇବେ । ଏହାସହିତ ପକ୍ଷୀଟିର ମୁଣ୍ଡ ଉପରେ କିଛି ପାଣି ଢାଳୁଛନ୍ତି ।

ଜଳପାନ କରିବା ପରେ ସାଙ୍ଗେ ସାଙ୍ଗେ ପକ୍ଷୀଟି ସତେଜ ଅବସ୍ଥାକୁ ଆସୁଛି ଏବଂ ବ୍ୟକ୍ତି ଜଣଙ୍କ ତାକୁ ହାତରେ ଟେକି ଧରୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଭିଡିଓକୁ ପସନ୍ଦ କରିବା ସହିତ ସେହି ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com